Latest Odisha News

ରାଜଧାନୀରେ ଏନକାଉଣ୍ଟର୍, ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ପୋଲିସ ଏନକାଉଣ୍ଟର ଯୋଗୁଁ ଶନିବାର ସକାଳେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି ।

ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତା ନିକଟବର୍ତ୍ତୀ ଭୁଇଁଚୁଆଁରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଦୁଇଜର ସଂଦିଗ୍ଦ ୱାଣ୍ଟେଡ଼ କ୍ରିମିନାଲ୍ସଙ୍କୁ ଠାବ କରିଥିଲା । ଏହି ଦୁଇ ଅପରାଧି ଜୁଲାଇ ୩୦ରେ ରାଜଧାନୀଠାରେ କେତେକ ଲୁଟ୍ ଘଟଣାରେ ସଂପୃକ୍ତ ରହିଛନ୍ତି ।

କୌଣସି ସୂତ୍ରରୁ ଭୁଇଁଚୁଆଁଠାରେ ଏକ ଡ଼କାୟତି ଯୋଜନା ସମ୍ପର୍କରେ ସୁରାକ ପାଇଥିଲା ପୋଲିସ । ଏହାଜାଣି ଏକ ସ୍ପେଶାଲ୍ ପୋଲିସ ଫୋର୍ସ ଟିମ୍ ଗଠନ କରି ସଂପୃକ୍ତ ଅଞ୍ଚଳରେ ଛାନଭିନ୍ନ କରାଯାଉଥିଲା । ବାଇକରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହି ଦୁଇ ଅପରାଧି ଗୁଳି ଚାଳନା କରିଥିଲେ । ପୋଲିସ ପାଲଟା ଜବାବ ଦେଇଥିଲେ । ଗୋଡ଼ରେ ଗୁଳି ବାଜିବା ଯୋଗୁଁ ବାଇକରୁ ତଳକୁ ଖସି ପଡ଼ିଥିଲେ ଏହି ଅପରାଧି ।

ଏହି ଦୁଇଜଣ ଅପରାଧିଙ୍କ ମଧ୍ୟରେ ଜଣେ ହେଉଛନ୍ତି ପୋଦା ଓରଫ ଅରୁଣ କୁମାର ମଲ୍ଲୀକ ଏବଂ ଅନ୍ୟ ଜଣେ ବିବେକାନନ୍ଦ ନାୟକ । ଏହି ଦୁଇ ଅପରାଧୀଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୧୦ଟି ଅପରାଧୀକ ମାମଲା ରହିଛି । ଏପରିକି କଟକ, ଭୁବନେଶ୍ୱର ଏବଂ ଯାଜପୁର ଥାନାଗୁଡ଼ିକରେ ଏମାନଙ୍କ ନାମରେ ଚୋରୀ, ଡ଼କାୟତି, ଛିନତାଇ ଏବଂ ହତ୍ୟା ଉଦ୍ୟମ ପରି ସଙ୍ଗୀନ ମାମଲା ରହିଛି ।

ପୋଲିସ ଏହି ଦୁଇ ଅପରାଧିଙ୍କ ଠାରୁ ୨ଟି ଦେଶୀ ପିସ୍ତଲ ସହିତ ଏକ ବାଇକ୍ ଜବତ କରିଛି । ଦୁଇଜଣ ଅପରାଧିଙ୍କୁ ଚିକିତ୍ସା ନିମନ୍ତେ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.