Latest Odisha News

BREAKING NEWS

ଗର୍ଜିଲା ଯବାନଙ୍କ ବନ୍ଧୁକ, ଟଳିପଡିଲେ ୨ ମହିଳା ମାଓବାଦୀ

ମାଲକାନଗିରି: ପୁଣି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଅଧିକାଂଶ ସମୟ ଭଳି ପୁଣିଥରେ ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ପୋଲିସକୁ ସମ୍ମୁଖୀନ କରିପାରିନି ଲାଲ ବାହିନୀ । ପୋଲିସ ଗୁଳିରେ ଏକାଧିକ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି ।

ସବିଶେଷ ରିପୋର୍ଟ ଅନୁଯାୟୀ ଦନ୍ତେୱାଡା ଜିଲ୍ଲା ଗଣ୍ଡେରାସ ଜଙ୍ଗଲରେ ମାଓ ଶିବିର ଥିବା ନେଇ ପୋଲିସକୁ ଗୁଇନ୍ଦା ସୁତ୍ରରୁ ଖବର ମିଳିଥିଲା । ଏ ନେଇ ଡିଆରଜି ଯବାନଙ୍କ ଏକ ଟିମ୍ ତୁରନ୍ତ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ପ୍ରଥମେ ମାଓବାଦୀମାନେ ଗୁଳିମାଡ କରିଥିଲେ । ଜବାବରେ ଯବାନମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ । ଫଳରେ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା ଗୁଳି ବିନିମୟ ।

ଯବାନଙ୍କ ଗୁଳିମାଡକୁ ସମ୍ମୁଖୀନ ହୋଇନପାରି ମାଓବାଦୀମାନେ ଘଂଚ ଜଙ୍ଗଲରେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ । ତେବେ ସର୍ଚ୍ଚ ଅପରେସନ୍‌ରେ ଦୁଇ ମହିଳା ମାଓବାଦୀଙ୍କ ମୃତଦେହ ସମେତ ୩ଟି ଅତ୍ୟାଧୁନିକ ବନ୍ଧୁକ ଓ ଅନେକ ମାଓ ସାମଗ୍ରୀ ଜବତ ହୋଇଛି ।

ଦୁଇ ମୃତ ମହିଳା ମାଓବାଦୀଙ୍କ ମଧ୍ୟରୁ ହିଦ୍ ମେ କୋରାମେ ଦରଭା ଡିଭିଜନର ଏରିଆ କମିଟି ମେମ୍ବର ବୋଲି ଜଣାପଡିଛି । ଯାହାଙ୍କ ଉପରେ ସରକାର ୫ ଲକ୍ଷ ଟଙ୍କାର ଅର୍ଥରାଶି ଘୋଷଣା ହୋଇଥିଲା । ସହି ଅନ୍ୟ ଜଣେ ମହିଳା ମାଓବାଦୀ ମାଲେଙ୍ଗର ଡିଭିଜନର ସଦସ୍ୟ ପୋଜେ ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ସଂପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Leave A Reply

Your email address will not be published.