କୋଲକାତା: ମଣିପୁର ପରେ ଏବେ ପଶ୍ଚିମବଙ୍ଗରୁ ଆସିଲା ଲଜ୍ଜାଜନକ ଘଟଣା । ପଶ୍ଚିମବଙ୍ଗରେ ଦୁଇ ଜଣ ମହିଳାଙ୍କୁ ନିବସ୍ତ୍ର କରି ନିସ୍ତୁକ ପିଟିଛନ୍ତି ଦୁବୃର୍ତ୍ତ । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାର ଭିଡିଓକୁ ବିଜେପି ମିଡିଆ ସେଲ ପକ୍ଷରୁ ଭାଇରାଲ କରାଯାଇଛି ।
ଦଳ ପକ୍ଷରୁ ଶନିବାର ଦାବି କରାଯାଇଛି ଯେ, ପଶ୍ଚିମବଙ୍ଗର ମାଲଦା ଜିଲ୍ଲରେ ଚଳିତ ସପ୍ତାହ ଆରମ୍ଭରେ କିଛି ଲୋକ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଦୁଇ ଜଣ ମହିଳାଙ୍କୁ ନିବସ୍ତ୍ର କରି ଖୁବ ମାରପିଟ କରିଛନ୍ତି । ଏହି ଘଟଣା ବୁଧବାର ଦିନର । ଏହି ଭିଡିଓକୁ ବିଜେପି ଆଇଟି ସେଲ ପ୍ରମୁଖ ଅମିତ ମାଲବିୟ ଶନିବାର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ମହିଳାଙ୍କୁ ଅତି ନୃଶଂସ ଭାବେ ପିଟୁଥିବାର ଦେଖିବାକୁ ମିଳିଛି ।
ଏହି ଘଟଣାରେ ରାଜ୍ୟ ମହିଳା ଏବଂ ଶିଶୁ ସ୍ୱାସ୍ଥ୍ୟମନ୍ତ୍ରୀ ଶଶି ପାଞ୍ଜା କହିଛନ୍ତି, ମହିଳାମାନେ ନିଜ ନିଜ ଭିତରେ ଝଗଡା କରୁଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରୁଛି । ମନ୍ତ୍ରୀ କହିଛନ୍ତି, କିଛି ସମୟ ପରେ ଏହି ମହିଳାମାନେ ସେଠାରୁ ପଳାଇ ଯାଇଛନ୍ତି ।
ପୋଲିସର କହିବା କଥା ହେଉଛି, ଏହି ମହିଳାମାନେ ମାଲଦା ଜିଲ୍ଲାର ବାମନଗୋଲା ବଜାରକୁ ଜିନିଷ ବିକ୍ରି ପାଇଁ ଆସିଥିଲେ । ଲୋକମାନେ ସେମାନଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିଥିଲେ । ମାଲବୀୟ ଟୁଇଟ କରି କହିଛନ୍ତି, ପଶ୍ଚିମବଙ୍ଗରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । ମାଲଦାର ବାମନଗୋଲା ଥାନା ନିକଟ ପାକୁଆ ହାଟ ଇଲାକାରେ ମହିଳାଙ୍କୁ ନିବସ୍ତ୍ର କରି ନୃଶଂସ ଭାବେ ମାଡ ମାରିଛନ୍ତି । ପୋଲିସ ସେଠାରେ ମୁକ ଦର୍ଶକ ସାଜି ଛିଡା ହୋଇଛି ।
The horror continues in West Bengal. Two Tribal women were stripped naked, tortured and beaten mercilessly, while police remained a mute spectator in Pakua Hat area of Bamangola Police Station, Malda.
The horrific incident took place on the morning of 19th July. The women… pic.twitter.com/tyve54vMmg
— Amit Malviya (@amitmalviya) July 22, 2023
ସେ କହିଛନ୍ତି, ଏହି ଭୟଙ୍କର ଘଟଣା ଜୁଲାଇ ୧୯ ତାରିଖ ସକାଳେ ହୋଇଥିଲା । ଏହା ଏପରି ନୃଶଂସ ଘଟଣା ଥିଲା ଯେ ମୁଖ୍ୟମନ୍ତ୍ରୀ ମମତା ହୃଦୟ ଭାଙ୍ଗିଯିବା କଥା । ଏହି ଘଟଣାରେ ମମତା କ୍ଷୋଭ ପ୍ରକାଶ କରିବା ସହିତ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇ ପାରିଥାନ୍ତେ । କାରଣ ସେ ପଶ୍ଚିମ ବଙ୍ଗର ଗୃହମନ୍ତ୍ରୀ ମଧ୍ୟ ଅଛନ୍ତି ।
ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶଶୀ ପାଞ୍ଜା କହିଛନ୍ତି, ପୋଲିସ ନିଜ ପକ୍ଷରୁ ଏ ନେଇ ଏକ ମାମଲା ରୁଜୁ କରିଛି । ଅପରାଧୀଙ୍କୁ ଖୋଜି ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରହିଛି । ବିଜେପି ଏହାକୁ ନେଇ ଅଯଥା ରାଜନୀତି କରୁଛି ।
Comments are closed.