Latest Odisha News

କଟକ ମହାନଦୀ ବୁଡ଼ି ଘଟଣା:ନିଖୋଜ ୨ ନାବାଳକଙ୍କୁ ଖୋଜୁଛି ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ

କଟକ  : କଟକ ମହାନଦୀରେ ବୁଡ଼ି ଘଟଣାରେ ଚାଲିଛି ସର୍ଚ୍ଚ ଅପରେସନ୍ । ଏବେ ବି ନିଖୋଜି ଥିବା ଦୁଇ ଜଣଙ୍କୁ ଖୋଜାଖୋଜି କରାଯାଉଛି । ଆଜି ବି ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଛି ।

ଗତକାଲି ମଧ୍ୟାହ୍ନ ସମୟରେ ମହାନଦୀରେ ବୁଡିଯିବା ପରେ ସ୍ଥାନୀୟ ଲୋକେ ସାହିଲକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ତୁରନ୍ତ SCB ମେଡିକାଲରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ ସେପଟେ ନିଖୋଜ ଦୁଇଜଣ ହେଲେ ସାଜିକ୍ ମଜିଦ୍, ଓ ଆୟୁର ଖାନ୍ । ସେମାନଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଥିଲେ ବି ସଂଧ୍ୟା ହୋଇଯିବାରୁ ରେସ୍କ୍ୟୁ ଅପରେସନ ବନ୍ଦ ରଖିଥିଲେ ।

ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ଉଦ୍ଧାରକାଯ୍ୟ । ଉଦ୍ଧାରକାରୀ ଟିମରେ ସ୍କୁବା ଡାଇଭର ବି ସାମିଲ ହୋଇଛନ୍ତି । ମୃତ ଓ ନିଖୋଜ ନାବାଳକମାନଙ୍କ ଘର ଘର କଟକ ଚୂନଭାଟି ଅଂଚଳର ଚାରିଘରିଆରେ । ଘରେ ମିଛ କହି ୩ ଜଣ ଯାକ ଗତକାଲି ମହାନଦୀକୁ ଗାଧୋଇବାକୁ ଆସିଥିଲେ ବୋଲି ସୂଚନା ମିଳିଛି….

Comments are closed.