Latest Odisha News

୧୯ ବର୍ଷରୁ କମ ମହିଳା ଟି୨୦ ଟ୍ରଫି: ମଣିପୁର ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଓଡିଶା

ଭୁବନେଶ୍ୱର: ବିସିସିଆଇ ଦ୍ୱାରା ଆୟୋଜିତ ୧୯ ବର୍ଷରୁ କମ ମହିଳା ଟି୨୦ ଟ୍ରଫିରେ ମଣିପୁର ବିପକ୍ଷରେ ଓଡିଶା ତାର ଅଭିଯାନ ଆରମ୍ଭ କରିବ । ନାଗପୁରରେ ଏହା ଆୟୋଜିତ ହେବ । ପୂଜା ଯାଦବଙ୍କ ନେତୃତ୍ୱାଧୀନ ଓଡିଶା ଟିମ ଏଥିପାଇଁ ନାଗପୁର ଅଭିମୁଖେ ଯାତ୍ରା କରିଛନ୍ତି । ଓଡିଶା ଅକ୍ଟୋବର ୧ରେ ମଣିପୁରକୁ ଭେଟିବା ପରେ ହରିୟାଣା, ମହାରାଷ୍ଟ୍ର, ଆସାମ ଓ ଦିଲ୍ଲୀ ବିପକ୍ଷରେ ମ୍ୟାଚ ଖେଳିବ । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅକ୍ଟୋବର ୧ରେ ମଣିପୁରକୁ ଭେଟିବା ପରେ ୨ରେ ହରିୟାଣା ଏବଂ ୪ରେ ମହାରାଷ୍ଟ୍ରକୁ ଓଡିଶାକୁ ଭେଟିବ । ସେହିପରି ୬ ଏବଂ ୮ରେ ଯଥାକ୍ରମେ ଆସାମ ଓ ଦିଲ୍ଲୀ ବିପକ୍ଷରେ ପୂଜା ନେତୃତ୍ୱାଧୀନ ଟିମ ମୁକାବିଲାରେ ଅବତୀର୍ଣ୍ଣ ହେବେ ।

ଓଡିଶା ଟିମ: ପୂଜା ଯାଦବ(ଅଧିନାୟିକା), ପ୍ରାର୍ଥନା ପ୍ରତିଶ୍ରୁତି, ପ୍ରିୟାଙ୍କରି ମୁଦୁଲି, ଅନନ୍ୟା ମିଶ୍ର, ଅର୍ଚ୍ଚନା ରାଉତ, ମିତାଲି ଶର୍ମା, ଅନନ୍ୟ ବେହେରା, ସାଇ କ୍ରିପା, ଶୁଭଲକ୍ଷ୍ମୀ ସିଂ, ଏସବି ଲରେନ୍ସ, ଶୁଭଶ୍ରୀ ପ୍ରାମାଣିକ, ବିଜୟଲକ୍ଷ୍ମୀ ବେହେରା, ନମିତା ସେଠୀ, ଅନନ୍ୟା ରାଉତ, ଝୁଲି ବେହେରା ।
କୋଚ: ସ୍ୱାଗାତିକା ରଥ, ମ୍ୟାନେଜର: ଗଙ୍ଗୋତ୍ରୀ ବେହେରା, ଫିଜିଓ: ସ୍ୱାତୀ ସୁମନ ବେହେରା, ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ କୋଚ: ସସ୍ମିତା ସାହୁ ।

Leave A Reply

Your email address will not be published.