Latest Odisha News

BREAKING NEWS

୧୭ ବର୍ଷରୁ କମ ମହିଳା ବିଶ୍ୱକପ : ଆମେରିକାକୁ ହରାଇ ସେମିରେ ନାଇଜେରିଆ

ଭୁବନେଶ୍ୱର: ଚଳିତ ୧୭ ବର୍ଷରୁ କମ ମହିଳା ବିଶ୍ୱକପରେ ବଡ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ବିଶ୍ୱର ଏକ ନମ୍ବର ଟିମ ଆମେରିକାକୁ ପେନାଲ୍ଟି ଶୁଟଆଉଟରେ ହରାଇ ନାଇଜେରିଆ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଥର ପାଇଁ ନାଇଜେରିଆ ଏହି ମେଗା ଇଭେଂଟର ସେମିକୁ ଉନ୍ନୀତ ହୋଇଛି । ପୂର୍ବରୁ ୨୦୧୦, ୨୦୧୨ ଓ ୨୦୧୪ରେ ଦଳ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ ।

ନାଇଜେରିଆ ତରଫରୁ ଓମାମୁଜୋ ଏଡାଫେ ଏବଂ ଆମେରିକା ପକ୍ଷରୁ ଆମାଲିଆ ଭିଲାରିଲ ଗୋଲ ସ୍କୋର କରିଥିଲେ । ପେନାଲ୍ଟି ଶୁଟଆଉଟରେ ନାଇଜେରିଆ ୪-୩ ଗୋଲରେ ବିଜୟୀ ହୋଇଥିଲା । ପୂର୍ବରୁ ଜର୍ମାନୀ ୨-୦ ଗୋଲରେ ଶକ୍ତିଶାଳୀ ବ୍ରାଜିଲକୁ ପରାସ୍ତ କରିଥିଲା ।

Leave A Reply

Your email address will not be published.