Latest Odisha News

BREAKING NEWS

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ବାଂଲାଦେଶ ଚାମ୍ପିୟନ

ଶାରଜା: ଆଜି ଭାରତୀୟ କ୍ରିକେଟପ୍ରେମୀଙ୍କ ନିରାଶର ଦିନ ଥିଲା । ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହେବା ପରେ ଏବେ ୧୯ ବର୍ଷ କମ ଏସିଆ କପରେ ଟାଇଟଲ ହାତଛଡା କରିଛି । ରବିବାର ଅନୁଷ୍ଠିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତକୁ ୫୯ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ବାଂଲାଦେଶ ଟାଇଟଲ ବଜାୟ ରଖିବାକୁ ମଧ୍ୟ ସକ୍ଷମ ହୋଇଛନ୍ତି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭରରେ ୧୯୮ ରନ କରିବାକୁ ସକ୍ଷମ ହୋଇଥିଲା । ରିଜାନ ହୁସେନ ୪୭, ମହମ୍ମଦ ଶିହାବ ଜେମ୍ସ ୪୦ ଓ ଫରିଦ ହସନ ୩୯ ରନର ଇନିଂସ ଖେଳିଥିଲେ । ଯୁଦ୍ଧଜିତ ଗୁହା, ଚେତନ ଶର୍ମା ଓ ହାର୍ଦ୍ଦିକ ରାଜ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

୧୯୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୩୫.୨ ଓଭରରେ ୧୩୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ ମହମ୍ମଦ ଅମନ ସର୍ବାଧିକ ୨୬ ରନ କରିଥିବା ବେଳେ ହାର୍ଦ୍ଦିକ ରାଜ ୨୪, ଆନ୍ଦ୍ରେ ସିଦ୍ଧାର୍ଥ ୨୦ ଓ କେପି କାର୍ତିକେୟ ୨୧ ରନ କରିଥିଲେ । ଇକବଲ ହୁସେନ ଓ ଅଜିଜୁଲ ହାକିମ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଇକବଲ ହୁସେନ ପ୍ଲେୟାର ଅଫ ଦି ମ୍ୟାଚ ଓ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।

Comments are closed.