ଦୁବାଇ: ୟୁଏଇରେ ବିସ୍ଫୋରଣ ଘଟାଇଥିବା ଇରାନ ସମର୍ଥୀତ ହୁତି ବିଦ୍ରୋହୀଙ୍କୁ ଶକ୍ତ ଧକ୍କା ଲାଗିଛି । ମଙ୍ଗଳବାର ୟୁଏଇ ଏବଂ ଆରବ ଗଠବନ୍ଧନ ସେନାର ଏୟାର ଷ୍ଟ୍ରାଇକରେ ହୁତିର ଶୀର୍ଷ କମାଣ୍ଡର ମେଜର ଜେନେରାଲ ଅବଦୁଲ୍ଲା କାସିମ ଅଲ ଜୁନୈଦ ନିହତ ହୋଇଛି । ହୁତି ବିଦ୍ରୋହୀଙ୍କ ଆକ୍ରମଣରେ ୨ ଭାରତୀୟ, ୧ ପାକିସ୍ତାନୀ ମୃତ୍ୟୁବରଣ କରିଥିବା ବେଳେ ୬ଜଣ ଆହତ ହୋଇଥିଲେ । ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁଏଇ ପକ୍ଷରୁ କୁହାଯାଇଥିଲା ।
ସୂଚନା ସଂଗ୍ରହ କରାଯିବା ପରେ ୟମେନର ରାଜଧାନୀ ସାନାର ଉତରାଂଚଳରେ ୟୁଏଇ ସେନା ଏୟାର ଷ୍ଟ୍ରାଇକ କରିଥିଲେ । ୟମନରେ ଲାଗି ରହିଥିବା ଗୃହଯୁଦ୍ଧର ଫାଇଦା ଉଠାଇ ହୁତି ଆତଙ୍କୀ ଇରାନ ସହଯୋଗରେ ଦେଶର ଅନେକଗୁଡିଏ ସ୍ଥାନ ଅଧିକାର କରି ସାରିଛନ୍ତି । ସାଉଦି ଆରବ ନେତୃତ୍ୱରେ ୟମନରେ ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ସରକାର ପାଇଁ ଉଦ୍ୟମ କରାଯାଉଥିବାରୁ ସେମାନେ ଏହାକୁ ବିରୋଧ କରୁଛନ୍ତି ।
Comments are closed.