Latest Odisha News

ଫ୍ୟାନ୍ସଙ୍କୁ କିସ୍ କରିବା ନେଇ ମୁହଁ ଖୋଲିଲେ ଉଦିତ ନାରାୟଣ, ଆମେ ଭଲ ଲୋକ…

ମୁମ୍ବାଇ: ଉଦିତ ନାରାୟଣଙ୍କ ଏକ ଭିଡିଓ ପାଇଁ ତାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି। ଯେଉଁଥିରେ ସେ ଲାଇଭ୍ ଶୋ’ ରେ ଜଣେ ମହିଳା ପ୍ରଶଂସକଙ୍କୁ କିସ୍ କରୁଛନ୍ତି। ଏବେ ଏହି ଭିଡିଓକୁ ନେଇ ମୁହଁ ଖୋଲିଛନ୍ତି ଉଦିତ।

ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମେ ସେପରି ନୁହଁ, ଆମେ ଭଲ ଲୋକ। ହେଲେ ପ୍ରଶଂସକମାନେ ଆମକୁ ଖୁବ୍ ଭଲ ପାଆନ୍ତି।ଭିଡ଼ରେ ବହୁତ ଲୋକ ଥାଆନ୍ତି ଏବଂ ଆମର ସୁରକ୍ଷାକର୍ମୀମାନେ ମଧ୍ୟ ସେଠାରେ ରହିଥାନ୍ତି। କିନ୍ତୁ ପ୍ରଶଂସକମାନେ ଭାବନ୍ତି ଯେ ସେମାନଙ୍କୁ ଭେଟିବାର ସୁଯୋଗ ମିଳୁଛି। ସେଥିପାଇଁ ସେମାନେ ହାତ ମିଳାଇବା ପାଇଁ ହାତ ବଢ଼ାନ୍ତି। ଆମେ ମଧ୍ଯ ହାତ ମିଳାଉ। କେତେକ ପ୍ରଶଂସକ ହାତକୁ ଚୁମ୍ବନ ମଧ୍ୟ କରନ୍ତି। ଏସବୁ ଆମ ପ୍ରତି ଫ୍ୟାନ୍ସଙ୍କ ପାଗଳାମି। ସେଥିପ୍ରତି ଏତେ ଧ୍ୟାନ ଦେବା ଉଚିତ୍ ନୁହେଁ।

ସେ ଆହୁରି ମଧ୍ଯ କହିଛନ୍ତି, ‘ମୁଁ ବଲିଉଡରେ ୪୬ ବର୍ଷ ଧରି କାମ କରୁଛି ଏବଂ ମୋର ଛବି କେବେ ଖରାପ ହୋଇନାହିଁ।’ ଯେତେବେଳେ ପ୍ରଶଂସକମାନେ ମୋ ଉପରେ ଭଲ ପାଇବା ବର୍ଷା କରନ୍ତି, ମୁଁ ହାତ ଯୋଡି, ମୁଣ୍ଡ ନୁଆଇଁ ଭାବିଥାଏ ଯେ ଏହି ମୁହୂର୍ତ୍ତଟି ପୁଣି ଫେରି ଆସିବ କି ନାହିଁ।

Comments are closed.