Latest Odisha News

BREAKING NEWS

‘ଉଡ୍ର’ ତରଫରୁ ସହରାଞ୍ଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀରେ ନୂତନ ବସ୍ତ୍ର ବଣ୍ଟନ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ବର୍ଷିଆନ୍ ଲୋକପ୍ରିୟ ଅଭିନେତ୍ରୀ ସ୍ୱର୍ଗତ ଅନିତା ଦାସଙ୍କ ଆଜି ଜନ୍ମଦିନ । ସେହି ଦିନକୁ ମନେ ରଖିବା ପାଇଁ ଆଜି ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ର ପରାମର୍ଶଦାତା ତଥା ‘ମୋ କଲେଜ’ ଅଧ୍ୟକ୍ଷ (ଓଡ଼ିଶା ସରକାର) ଆକାଶ ଦାସନାୟକଙ୍କ ନେତୃତ୍ୱରେ ‘ଉଡ୍ର’ ତରଫରୁ ଭୁବନେଶ୍ୱର ମହାନଗର ନିଗମ, ୱାର୍ଡ ନମ୍ବର-୮ (ଚନ୍ଦ୍ରଶେଖରପୁର) ସ୍ଥିତ ସହରାଞ୍ଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀ ‘ଜାତୀୟ ସହରାଞ୍ଚଳ ଜୀବିକା ମିଶନ୍‌’ର ସମସ୍ତ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇ ଥିଲା ।

ଆଶ୍ରୟସ୍ଥଳୀର ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ଏହା ଥିଲା ଏକ ନିଆରା ପ୍ରୟାସ । ସହରାଞ୍ଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀର ଅନ୍ତେବାସୀମାନେ ସ୍ୱର୍ଗତ ଅନିତା ଦାସଙ୍କ ଜନ୍ମଦିନକୁ ମନେ ପକାଇବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ସ୍ମୃତିଚାରଣ କରିଥିଲେ । ସହରାଞ୍ଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀର ଅନ୍ତେବାସୀମାନେ ସ୍ୱର୍ଗତାଃ ଦାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ଏହି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ପରାମର୍ଶଦାତା ଆକାଶ ଦାସନାୟକ, ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଦେବୀପ୍ରସାଦ ମଙ୍ଗରାଜ, ସତ୍ୟ ସୁମନ, ଅସିତ୍ ସାହୁ, କିଶୋର ଦାସ, ଭାଗ୍ୟଧର ସାମଲ, ସଂଘମିତ୍ରା ପ୍ରମୂଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.