Latest Odisha News

ମଙ୍ଗଳରେ ମିଳିଲା ଜୀବସତ୍ତାର ପ୍ରମାଣ !

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଜୀବ ଅଛିକି ନାହିଁ ସେ ନେଇ ଅନେକ ତର୍କ ବିତର୍କ ଚାଲିଥିଲା । ବୈଜ୍ଞାନିକମାନେ ମଧ୍ୟ ଏନେଇ ଅନେକ ରିସର୍ଚ୍ଚ ଜାରି ରଖିଥିଲେ । ତେବେ ବୈଜ୍ଞାନିକମାନେ ମଙ୍ଗଳ ଗ୍ରହକୁ ନେଇ ରିସର୍ଚ୍ଚ କରିବା ସମୟରେ ବହୁବାର ଏଲିୟନ ଓ ୟୁଏଫଓ ଉଡୁଥିବା ଦେଖିବାକୁ ପାଇଛନ୍ତି।

ହେଲେ ଏବେ କିନ୍ତୁ ସୋସିଆଲ ମିଡିଆରେ କନସ୍ପେରେସି ଥିଓରିଷ୍ଟ ସ୍କାର୍ଟ ସି ଓ୍ବରିଂ ଏମିତି ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ପିଙ୍କ୍ ରଙ୍ଗର ଏଲିୟନ ସ୍ପଷ୍ଟ ନଜର ଆସୁଛି । ଫଟୋରେ ଏକ ବଡ଼ ଫିଙ୍କ୍ ରଙ୍ଗର ଏଲିଅନ ଶୋଇଥିବା ନଜର ଆସୁଛି । ଏହି ଫଟୋକୁ ନେଇ ସେ ଦାବି କରିଛନ୍ତି କି ଲାଲ୍ ଗ୍ରହରେ ଜୀବନ ଅଛି । ଏହି ଫଟୋକୁ ନାସା ନେଇଛି ।

ଏହି ଫଟୋକୁ ୨୦୨୧ ମସିହା ଏପ୍ରିଲ ମାସରେ ମାର୍ସ ରୋଭର ଉଠାଇ ଥିଲା । ଫେବ୍ରୁଆରୀ ୩ ତାରିଖରେ ନାସା ଏହାକୁ ସେୟାର କରିଛି ।

Comments are closed.