Latest Odisha News

BREAKING NEWS

ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ ଏମ.ଫିଲ, ଆଡମିଶନ ବନ୍ଦ ପାଇଁ ୟୁଜିସିର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏମ.ଫିଲକୁ ନେଇ ୟୁଜିସିର ବଡ ନିଷ୍ପତ୍ତି। ମାଷ୍ଟର ଅଫ୍ ଫିଲୋସଫି ଡିଗ୍ରୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ କଲେଜଗୁଡ଼ିକୁ ନୋଟିସ ଜାରି କରିଛି ୟୁଜିସି। ବର୍ତ୍ତମାନଠାରୁ କୌଣସି କଲେଜରେ ଏମ.ଫିଲରେ ଆଡମିଶନ ହେବ ନାହିଁ ବୋଲି ନୋଟିସରେ ଉଲ୍ଲେଖ ରହିଛି।

ବିଜ୍ଞପ୍ତିରେ ୟୁଜିସି କହିଛି ଯେ ଏମ.ଫିଲ ଏକ ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ। ବାସ୍ତବରେ ଏମ.ଫିଲ ଅର୍ଥାତ୍ ମାଷ୍ଟର ଅଫ୍ ଫିଲୋସଫି ହେଉଛି ଦୁଇ ବର୍ଷର ସ୍ନାତକୋତ୍ତର ଏକାଡେମିକ୍ ଅନୁସନ୍ଧାନ ପାଠ୍ୟକ୍ରମ। ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ୟୁଜିସି ପକ୍ଷରୁ କୁହାଯାଇଛି କିଛି ବିଶ୍ୱବିଦ୍ୟାଳୟ ଏମ.ଫିଲ ପାଠ୍ୟକ୍ରମରେ ନୂତନ ଆଡମିସନ୍ କରୁଛନ୍ତି। ମାତ୍ର ଏହି ଡିଗ୍ରୀ ସ୍ୱୀକୃତିପ୍ରାପ୍ତ ନୁହେଁ। ତେଣୁ, କୌଣସି କଲେଜ ଏହି ଡିଗ୍ରୀ ପାଇଁ ଆଡମିଶନ କରନ୍ତୁ ନାହିଁ। ୟୁଜିସି ସଚିବ ମନୀଷ ଯୋଶୀ ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମରେ ଆଡମିଶନ ନ ନେବାକୁ ଅନୁରୋଧ କରିଛନ୍ତି।

ପୂର୍ବରୁ ଏମ.ଫିଲର ଡିଗ୍ରୀକୁ ୟୁଜିସି ଅବୈଧ ଘୋଷଣା କରିଛି। ଜାତୀୟ ଶିକ୍ଷା ନୀତି ୨୦୨୦ ରେ ଏହି ଡିଗ୍ରୀ ବନ୍ଦ କରିବାକୁ ସୁପାରିଶ ମଧ୍ୟ କରାଯାଇଥିଲା। ସେଥିପାଇଁ ୟୁଜିସି ଉଭୟ କଲେଜ ଏବଂ ଛାତ୍ରମାନଙ୍କୁ ଏହି ପାଠ୍ୟକ୍ରମରେ ଆଡମିଶନ ନକରିବାକୁ କହିଛି।

Comments are closed.