Latest Odisha News

ଜାନୁଆରୀ ୩ରୁ ୟୁଜିସି ନେଟ୍, କାର୍ଯ୍ୟସୂଚୀ ଜାରି କଲା ଏନ୍‌ଟିଏ

ଭୁବନେଶ୍ଵର: ଜାନୁଆରୀ ୩ରୁ ୟୁଜିସି ନେଟ୍ । ୟୁଜିସି ନେଟ୍‌ ଡିସେମ୍ବର-୨୦୨୪ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଜାନୁଆରୀ ୩ରୁ ଆରମ୍ଭ ହୋଇ ୧୬ ଯାଏଁ ଚାଲିବ ଏହି ପରୀକ୍ଷା । ଏନେଇ ଏନ୍‌ଟିଏ ପକ୍ଷରୁ ସୂଚନା ଜାରି କରାଯାଇଛି । ମୋଟ୍ ୮୫ ଟି ବିଷୟରେ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି) ମୋଡ୍‌ରେ ଏହି ପରୀକ୍ଷା ହେବ । ଦିନକୁ ୨ଟି ଲେଖାଏଁ ସିଫ୍ଟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏନେଇ ସମସ୍ତ ସୂଚନା ଏନ୍‌ଟିଏ ୱେବ୍‌ସାଇଟ୍‌ www. ugcnet. nta.ac.in ରେ ରହିଛି ।

ଜାନୁଆରୀ ୩ – ପବ୍ଲିକ ଆଡମିନିଷ୍ଟ୍ରେସନ୍‌, ଶିକ୍ଷା, ଅର୍ଥନୀତି, ଗ୍ରାମାଞ୍ଚଳ ଅର୍ଥନୀତି, ସମବାୟ, ଆପ୍ଲାଏଡ୍‌ ଅର୍ଥନୀତି, ବିକଶିତ ଅର୍ଥନୀତି, ବ୍ୟବସାୟ ଅର୍ଥନୀତି

ଜାନୁଆରୀ ୬ – କମ୍ପ୍ୟୁଟର ସାଇନ୍ସ, ରାଜନୀତି ବିଜ୍ଞାନ

ଜାନୁଆରୀ ୭ – ବାଣିଜ୍ୟ ଓ ଇଂରାଜୀ

ଜାନୁଆରୀ ୮ – ହିନ୍ଦୀ, ଯୋଗ, ସୋସିଆଲ୍‌ ୱାର୍କ, ସାନ୍ତାଳୀ

ଜାନୁଆରୀ ୯ – ଓଡ଼ିଆ, ମ୍ୟାନେଜ୍‌ମେଣ୍ଟ, ଶାରିରୀକ ଶିକ୍ଷା, ସଂସ୍କୃତ, ଆୟୁର୍ବେଦ ବାୟୋଲୋଜି, ପ୍ରାକୃତିକ ବିପର୍ଯ୍ୟୟ

ଜାନୁଆରୀ ୧୦ – ଇତିହାସ, ମନସ୍ତତ୍ୱ ବିଜ୍ଞାନ, ପପୁଲେସନ୍‌ ଷ୍ଟଡିଜ୍‌

ଜାନୁଆରୀ ୧୫ – ସଂସ୍କୃତ, ସାମ୍ବାଦିକତା ଓ ଗଣଯୋଗାଯୋଗ, ପରିବେଶ ବିଜ୍ଞାନ

ଜାନୁଆରୀ ୧୬ – ସାମାଜିକ ବିଜ୍ଞାନ, ଦର୍ଶନଶାସ୍ତ୍ର

 

Leave A Reply

Your email address will not be published.