Latest Odisha News

BREAKING NEWS

ସ୍ଥଗିତ ରହିଲା UGC-NET

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ପକ୍ଷରୁ ମଙ୍ଗଳବାର ଦିନ UGC-NETକୁ ସ୍ଥଗିତ ରଖାଯାଇଛି। ୨୦୨୦ ଡିସେମ୍ବରରେ ହେବାକୁ ଥିବା ପରୀକ୍ଷା ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ପାଇଁ ବନ୍ଦ ହୋଇଥିଲା‌।

ଚଳିତ ମେ’ ୨ରୁ ୧୭ ମଧ୍ୟରେ ୟୁଜିସି ପରୀକ୍ଷା ହୋଇଥାନ୍ତା । ହେଲେ କରୋନା ପାଇଁ ପୁଣି ଥରେ ସ୍ଥଗିତ ହୋଇଛି।

ଏନଟିଏର ସୂଚନା ଅନୁଯାୟୀ ପ୍ରାର୍ଥୀ ଏବଂ ପରୀକ୍ଷା ପରିଚାଳନା କରୁଥିବା କର୍ମଚାରୀଙ୍କ ସୁରକ୍ଷା ତଥା କଲ୍ୟାଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଡିସେମ୍ବର ୨୦୨୦ର ଏହି ପରୀକ୍ଷା କେବେ ହେବ ସେନେଇ ପରୀକ୍ଷାର ୧୫ ଦିନ ପୂର୍ବରୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ସୂଚନା ଦେବ ।  ତେବେ ଏଥିପାଇଁ ପ୍ରାର୍ଥୀମାନଙ୍କୁ ଏନଟିଏର ଅଫିସିଆଲ୍ ଓ୍ବେବସାଇଟ୍ ପରିଦର୍ଶନ କରିବାକୁ ପଡ଼ିବ।

Leave A Reply

Your email address will not be published.