Latest Odisha News

BREAKING NEWS

୨୫ଦିନ ଧରି ବୁଲୁଥିଲେ ସମୁଦ୍ରରେ, ଜାଣିନଥିଲେ ବାହାରେ ଜଗିଛି କରୋନା !

ଲଣ୍ଡନ: ସାରା ବିଶ୍ୱରେ କରୋନା ମହାମାରୀର କରାଳ ରୂପ । ହେଲେ ଲଣ୍ଡନର ଏକ ଦମ୍ପତ୍ତି ଜାଣିନଥିଲେ ବିଶ୍ୱରେ ଚାଲିଛି କୋଭିଡ-୧୯ର ଆତଙ୍କ । ୨୫ଦିନ ଧରି ସମୁଦ୍ରରେ ବୁଲି କୂଳରେ ଲାଗିବା ପରେ ଦୁନିଆର ହାଲ୍‌ଚାଲ୍ ତାଙ୍କୁ ତାଜୁବ୍ କରିଥିଲା ।

ମାଂଚେଷ୍ଟର ବାସିନ୍ଦା ରିୟାନ୍ ଅସ୍‌ବୋର୍ଣ୍ଣ ଓ ଏଲିନା କରୋନା ମହାମାରୀ ପୂର୍ବରୁ ଫେବ୍ରୁଆରୀ ମାସରେ ଏକ ନୌକା ଧରି ବାହାରିପଡିଥିଲେ ବିଶ୍ୱ ଭ୍ରମଣରେ । ସମୁଦ୍ରରେ ବୁଲିବା ବେଳେ ସେମାନେ ବହୁ କମ ସମୟ ପାଇଁ କିମ୍ବା ଆଦୌ ବାହାର ଦୁନିଆ ସଂସ୍ପର୍ଷରେ ଆସିନଥିଲେ ।

ମାର୍ଚ୍ଚରେ କରୋନା ସମଗ୍ର ବିଶ୍ୱରେ ବ୍ୟାପୁଥିବା ସମୟରେ ଏହି ଦମ୍ପତ୍ତି ଆଟଲାଣ୍ଟିକ୍ ମହାସାଗରରେ ଜଳଯାତ୍ରା କରୁଥିଲେ । ପ୍ରାୟ ୨୫ଦିନ ଧରି ସମୁଦ୍ରରେ ଜଳଯାତ୍ରା କରିବା ପରେ ସେମାନେ କାରିବିୟନ୍ କ୍ଷେତ୍ରରେ ଅଟକିବା ପରେ ବୋର୍ଡର୍ ସିଲ୍ ହୋଇଥିବା ଜାଣିବାକୁ ପାଇଥିଲେ ।

ଏଲିନା ଇଟାଲୀୟ ନାଗରିକ ହୋଇଥିବାରୁ ତାଙ୍କୁ ଟ୍ରାଭେଲ ହିଷ୍ଟ୍ରି ଦେଖାଇବାକୁ ପଡିଥିଲା । ସମସ୍ତ ଯାଂଚ ପରେ ଦମ୍ପତ୍ତିଙ୍କୁ ସେଣ୍ଟ ଭିନସେଣ୍ଟରେ ଅଟକିବା ପାଇଁ ଅନୁମତି ମିଳିଛି । ଲକ୍‌-ଡାଉନ୍ ଅବଧି ସମାପ୍ତ ହେବା ପରେ ସେମାନେ ପୁନର୍ବାର ଜଳଯାତ୍ରାରେ ବାହାରିବେ ।

Leave A Reply

Your email address will not be published.