Latest Odisha News

BREAKING NEWS

ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାବ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବେ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କରାଯିବ ଆଲୋଚନା

ନୂଆଦିଲ୍ଲୀ: ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରାବ ଚାରି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେ ତାଙ୍କ ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଛନ୍ତି। କୁହାଯାଇଛି ଯେ ଏହି ବୈଠକରେ ପାରସ୍ପରିକ ସ୍ୱାର୍ଥର ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହ ରାବ୍‌ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶକଙ୍କ ସହ ସରକାରୀ ବୈଠକ କରିବେ। ସୂଚନା ଅନୁଯାୟୀ ରାବ୍‌ଙ୍କ ଏହି ଗସ୍ତ କୋଭିଡ ଏବଂ ବ୍ରେକ୍ସିଟ୍ ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଜଳବାୟୁ, ସ୍ଥାନାନ୍ତରଣ ଏବଂ ଗତିଶୀଳତା, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଭାଗିତାକୁ ଆହୁରି ମଜବୁତ କରିବ। ଏହାପରେ ରାବ୍‌ ବେଙ୍ଗାଲୁରୁ ଯାତ୍ରା କରିବେ। ଏଠାରେ ସେ ୧୭ ଡିସେମ୍ବରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କୁ ଭେଟିବେ।

Leave A Reply

Your email address will not be published.