Latest Odisha News

BREAKING NEWS

ଫିଫା ବିଶ୍ୱକପର ସମସ୍ତ ମ୍ୟାଚ ଦେଖି ବିଶ୍ୱ ରେକର୍ଡ କଲେ ୟୁକେର ଥିଓ

ଲଣ୍ଡନ: ଫିଫା ବିଶ୍ୱକପ ୨୦୨୨ର ସମାପ୍ତ ହୋଇଯାଇଛି । ଆର୍ଜେଂଟିନା ଚାମ୍ପିୟନ ହୋଇ ଦୀର୍ଘ ଦିନର ଆଶା ପୂରଣ କରିଛି । ଫାଇନାଲରେ ଲିଓନେଲ ମେସିଙ୍କ ଟିମ ଫ୍ରାନ୍ସକୁ ପେନାଲ୍ଟି ଶୁଟ ଆଉଟରେ ପରାସ୍ତ କରିଥିଲା । ତେବେ ଏହି ବିଶ୍ୱକପରେ ଇଂଲଣ୍ଡର ଥିଓ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ସମସ୍ତ ୬୪ଯାକ ମ୍ୟାଚ ଦେଖି ଏହି ରେକର୍ଡ କରିଛନ୍ତି । ତାଙ୍କ ପୂର୍ବରୁ କୌଣସି ବ୍ୟକ୍ତି ଗୋଟିଏ ବିଶ୍ୱକପର ସମସ୍ତ ମ୍ୟାଚ ଦେଖି ନ ଥିଲେ । ଥିଓ ଜଣେ ୟୁଟ୍ୟୁବର । ସେ ସମସ୍ତ ମ୍ୟାଚର କିଛି ଅଭୂଲା ମୂହର୍ତ ପ୍ରଶଂସକଙ୍କ ସହ ଶେୟାର କରୁଥିଲେ । ବିଶ୍ୱ ରେକର୍ଡ ସ୍ଥାପନ କରିଥିବାରୁ ଥିଓଙ୍କୁ ଏକ ମ୍ୟାଚ ବଲ ଉପହାର ବାବଦକୁ ଦିଆଯାଇଛି ।

ଫିଫା ପକ୍ଷରୁ ମଧ୍ୟ ଟୁଇଟରରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଥିଓଙ୍କ ପ୍ରଶଂସକଙ୍କ ସଂଖ୍ୟା ଆହୁରି ବଢ଼ିଯାଇଛି । ତେବେ ଇଂଲଣ୍ଡର ପ୍ରଦର୍ଶନ ନେଇ ସେ ନୈରାଶ୍ୟ ବ୍ୟକ୍ତ କରିଛନ୍ତି । ଅନ୍ୟ ଦେଶର ପ୍ରଶଂସକଙ୍କ ପରି ମୁଁ ବି ଚାହୁଁଥିଲି ଇଂଲଣ୍ଡ ଚାମ୍ପିୟନ ହେଉ, ଆଗାମୀ ବିଶ୍ୱକପରେ ମଧ୍ୟ ମୁଁ ଏହି ଆଶାରେ ରହିବି ।

Leave A Reply

Your email address will not be published.