Latest Odisha News

ଜୁଲାଇ ୧୭ ଯାଏ ଲକଡାଉନ୍ ବଢ଼ାଇଲା ବ୍ରିଟେନ୍

ଲଣ୍ଡନ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ବ୍ୟାପି ଚାଲିଛି । ବ୍ରିଟିଶ୍ ସରକାରଙ୍କ ସବୁ ପ୍ରତିବନ୍ଧକ ସତ୍ତ୍ୱେ ସଂକ୍ରମଣ ହାରରେ ବ୍ରେକ୍ ଲାଗୁନାହିଁ । ଏହାକୁ ଦେଖି ବ୍ରିଟିଶ୍ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶବ୍ୟାପୀ ଲକଡାଉନକୁ ଜୁଲାଇ ୧୭ ଯାଏ ବୃଦ୍ଧି କରାଯାଇଛି । ଏଥିସହ ଅଧିକ ବିପଦ ଥିବା ଦେଶକୁ ଯିବାଆସିବା କରୁଥିବା ଯାତ୍ରୀଙ୍କୁ ଅତିକମରେ ୧୦ ଦିନ କ୍ୱାରେଣ୍ଟାଇନରେ ରଖିବା ଲାଗି ନିଷ୍ପତ୍ତି ନେଇଛି ବ୍ରିଟେନ୍ ।

ରିପୋର୍ଟ ଅନୁସାରେ, ବ୍ରିଟେନ୍ ସରକାର ଜୁଲାଇ ୧୭ ଯାଏ ଲକଡାଉନକୁ ବଢ଼ାଇ ଦେଇଛନ୍ତି । ଏହି ସମୟରେ ପବ୍, ରେସ୍ତୋରାଁ, ଦୋକାନ ଏବଂ ସର୍ବସାଧାରଣ ସ୍ଥାନ ବନ୍ଦ ରହିବ । ବିଦେଶୀ ଯାତ୍ରୀଙ୍କୁ ୧୦ ଦିନ ପାଇଁ ହୋଟେଲରେ କ୍ୱାରେଣ୍ଟାଇନ୍ କରି ରଖାଯିବ ।

ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି- ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ଲକଡାଉନ୍ ପ୍ରତିବନ୍ଧକକୁ ହଟାଯାଇ ପାରିବନାହିଁ । ଟିକାକରଣ ଅଭିଯାନରୁ ଭଲ ଫଳାଫଳ ମିଳିବା ପରେ ପ୍ରତିବନ୍ଧକ ହଟାଇବା ଲାଗି ବିଚାର କରାଯିବ ବୋଲି ବୋରିସ୍ ଜନସନ କହିଛନ୍ତି ।

ବ୍ରିଟେନରେ କରୋନାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପାଖାପାଖି ଥିବାବେଳେ ୩୬ ଲକ୍ଷ ପଜିଟିଭ୍ କେସ୍ ସାମନାକୁ ଆସିଛି । ବ୍ରିଟେନରେ ଏବେ ଯାଏ ପ୍ରଥମ ପର୍ଯ୍ୟାୟରେ ୫.୩୮ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ନୂଆ ଷ୍ଟ୍ରେନ୍ ଯୋଗୁଁ ସଂକ୍ରମଣ ବଢ଼ୁଥିବାରୁ ମୃତ୍ୟୁହାର ବଢ଼ିବାର ଆଶଙ୍କା କରାଯାଉଛି ।

Leave A Reply

Your email address will not be published.