Latest Odisha News

ଏପ୍ରିଲ ୨୬ରେ ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ 

ନୂଆଦିଲ୍ଲୀ:ଭାରତ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ । ଆସନ୍ତା ଏପ୍ରିଲ ୨୬ ତାରିଖରେ ସେ ଭାରତ ଗସ୍ତରେ ଆସିବେ । ବୋରିସଙ୍କର ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଗସ୍ତ । 

ଆସନ୍ତା ମାସରେ ମୁଁ ଭାରତ ଗସ୍ତରେ ଯିବି । ଏଥିପାଇଁ ମୁଁ ବହୁତ ଖୁସି ଅନୁଭବ କରୁଛି ବୋଲି ପ୍ରଧାନମନ୍ତ୍ରୀ ବୋରିସ୍ କହିଛନ୍ତି । 

ବିଶ୍ୱର ସର୍ବବୃହତ୍ତ କରୋନା ଟିକା ଉତ୍ପାଦନ କରୁଥିବା କାରଖାନା ପୁନେର ସେରାମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ମଧ୍ୟ ଯାଇପାରନ୍ତି ବୋରିସ୍। ଏଠାରେ ଉତ୍ପାଦନ ହେଉଥିବା ଅକ୍ସଫୋର୍ଡ ଆଷ୍ଟ୍ରାଜେନିକାର କୋଭିଡ ଟିକା ‘କୋଭିଶିଲ୍ଡ’ ବିଶ୍ୱର ଅନେକ ରାଷ୍ଟ୍ରକୁ ଯୋଗାଇ ଦିଆଯାଇଛି । ତେଣୁ ଭାରତ ଗସ୍ତ ଅବସରରେ ବୋରିସ ମହରାଷ୍ଟ୍ରର ପୁନେକୁ ଯାଇପାରନ୍ତି ବୋଲି ଜଣାପଡିଛି । 

ଭାରତର ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ବୋରିସ୍ ଙ୍କୁ  ନିମନ୍ତ୍ରଣ ଦିଆଯାଇଥିଲା । କିନ୍ତୁ ବ୍ରିଟେନ୍‌ରେ କରୋନା ସଂକ୍ରମଣ ବଢ଼ିବାରୁ ସେ ଗସ୍ତକୁ ବାତିଲ କରିଦେଇଥିଲେ । ଭାରତ ସହିତ ବନ୍ଧୁତ୍ୱରେ ନିବିଡ଼ତା ଆଣିବାକୁ ଚଳିତବର୍ଷ ଭାରତ ଆସିବାକୁ ଇଚ୍ଛା ପ୍ରକାଶ କରିଥିବା ବୋରିସ୍ କହିଛନ୍ତି । ଭାରତ ଆସିବାକୁ ମନ କରିଥିଲି । କିନ୍ତୁ କୋଭିଡ-୧୯ ଯୋଗୁଁ ସମସ୍ୟା ହୋଇଥିଲା । 

Leave A Reply

Your email address will not be published.