Latest Odisha News

BREAKING NEWS

ଯୁଦ୍ଧ ଘନଘଟା ଭିତରେ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ୟୁକ୍ରେନ ଉପ ବୈଦିଶକ ମନ୍ତ୍ରୀ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ପ୍ରଥମ ଥର ପାଇଁ ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନି ଝାପରୋବା ଭାରତ ଗସ୍ତରେ ଆସୁଛନ୍ତି । ରୁଷ-ଆମେରିକା ଯୁଦ୍ଧ ଘନଘଟା ଭିତରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କର ଏପରି ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ୟୁକ୍ରେନ ଜାଣେ, ଯୁଦ୍ଧ ପ୍ରସଙ୍ଗରେ ଭାରତ ସବୁବେଳେ ନିରପେକ୍ଷ ରହିଆସିଛି । ତେଣୁ ୟୁକ୍ରେନ ବିଦେଶ ମନ୍ତ୍ରୀଙ୍କ ଏହି ଭାରତ ଗସ୍ତ ଉପରେ ଏବେ ସମସ୍ତଙ୍କ ନଜର ।

ସେ ସୋମବାର ଭାରତରେ ପହଞ୍ଚିବେ । ସେ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏଥି ସହିତ ୟୁକ୍ରେନର ସ୍ଥିତି, ଅନ୍ତର୍ଜାତୀୟ ସମସ୍ୟା, ଦ୍ୱିପାକ୍ଷିକ ବୁଝାମଣା ସମ୍ପର୍କରେ ଆଲୋଚନା କରିବେ ।ଏହି ଅବସରରେ ଝାପରୋବା ଭାରତର ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ମୀନାକ୍ଷି ଲେଖିଙ୍କୁ ଭେଟିବେ । ଏଥିସହିତ ଜାତୀୟ ସୁରକ୍ଷା ଉପ ଉପଦେଷ୍ଟା ବିକ୍ରମ ମିଶ୍ରିଙ୍କୁ ମଧ୍ୟ ଭେଟିବେ ।

ଜଣେ  ଅଧିକାରଙ୍କ କହିବା ଅନୁଯାୟୀ , ଗତ ୩୦ ବର୍ଷ ମଧ୍ୟରେ ୟୁକ୍ରେନ ଭାରତ ମଧ୍ୟରେ ବ୍ୟବସାୟ, ଦ୍ୱପାକ୍ଷିକ ସହଯୋଗ ଏବଂ କୁଟନୀତିକ ସମ୍ପର୍କ ବେଶ ବନ୍ଧୁତ୍ୱପୂର୍ଣ୍ଣ ରହି ଆସିଛି । ଏହି ଗସ୍ତ ଅବସରରେ ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନର ପୁନର୍ଗଠନ ପାଇଁ  ସହାୟତା ଓ ଉପରକରଣ ଯୋଗାଇବାରେ ସେ ଭାରତର ସହଯୋଗ ଆଶା କରିପାରନ୍ତି ।

ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ରୁଷିଆ-ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷିଆକୁ ନିନ୍ଦା କରନ୍ତି ଏକଥା ମଧ୍ୟ ଆଶା କରିପାନ୍ତି ଝାପରୋପା । ଝାପରୋପା ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ।

Comments are closed.