Latest Odisha News

BREAKING NEWS

ଘନଉଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ

ମସ୍କୋ : ଘନଉଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ । ୟୁକ୍ରେନ୍ ସୀମାରେ ଋଷ ସୈନ୍ୟ ଠୁଳ କରିଚାଲିଥିବା ବେଳେ ଋଷ ଉପରେ ଆକ୍ରମଣ ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଆମେରିକା । ପୋଲାଣ୍ଡ, ଜର୍ମାନୀ ଓ ରୋମାନିଆକୁ ସୈନ୍ୟ ପଠାଇବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବିଡେନ ନିର୍ଦ୍ଦେଶ ଦେଇଛନ୍ତି । ବିଡେନଙ୍କ ଏହି ଘୋଷଣା ସମ୍ଭାବ୍ୟ ଆକ୍ରମଣର ଏକ ପୂର୍ବ ସୂଚନା ବୋଲି ଜଣାପଡିଛି । ବେଲାଋଷରେ ଋଷ ନିଜର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଥିବା ବେଳେ, ଏହାକୁ ଚେକ୍ ଦେବା ଲାଗି ଆମେରିକା ଏହି ପଦକ୍ଷେପ ନେଇଛି ।

ସେପଟେ ବ୍ରିଟେନର ସୀମା ଭିତରକୁ ଋଷ ଯୁଦ୍ଧ ବିମାନର ପ୍ରବେଶ ଉଦ୍ୟମ ବିଫଳ ହୋଇଛି । ଚାରିଟି ଯୁଦ୍ଧ ବିମାନର ଏହି ଉଦ୍ୟମକୁ ପଣ୍ଡ କରିଛି ବ୍ରିଟେନ ରୟାଲ ଏୟାର ଫୋର୍ସ । ବ୍ରିଟେନ ସୀମା ଆଡକୁ ଏହି ଯୁଦ୍ଧ ବିମାନ ଆସୁଥିବା ଲକ୍ଷ୍ୟ କରି ଏସବୁକୁ ଦିଗଭ୍ରଷ୍ଟ କରିବାକୁ ସକ୍ଷମ ହୋଇଛି ରୟାଲ ଏୟାରଫୋର୍ସ । ଅନ୍ୟପଟେ ବେଲାଋଷ, କ୍ରିମିଆ, ପଶ୍ଚିମାଞ୍ଚଳରେ ଋଷ ନିଜର ସେନା ସଂଖ୍ୟା ବଢାଇଛି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୈନ୍ୟ ମୁତୟନ ହୋଇଥିବା ବେଳେ କୌଶଳଗତ ସ୍ଥାନରେ ଲାଇଭ-ଫାୟାର ଆର୍ଟିଲେରି ମୁତୟନ କରାଯାଇଛି । ପୋଗୋନୋଭ ଟ୍ରେନିଂ ଗ୍ରାଉଣ୍ଡରେ ସୈନ୍ୟମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।

Comments are closed.