Latest Odisha News

BREAKING NEWS

ଭାରତ ସମେତ ୫ ଦେଶରୁ ରାଷ୍ଟ୍ରଦୂତ ପ୍ରତ୍ୟାହାର କଲା ୟୁକ୍ରେନ୍

ନୂଆଦିଲ୍ଲୀ: ୟୁକ୍ରେନ ଭାରତ ସମେତ ୫ଟି ଦେଶରୁ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିନେଇଛି । ଜର୍ମାନୀ, ଭାରତ, ଚେକ୍ ରିପବ୍ଲିକ, ନରେଓ୍ବ ଏବଂ ହଙ୍ଗେରୀରେ ଅବସ୍ଥାପିତ ହୋଇଥିବା ରାଷ୍ଟ୍ରଦୂତ ମାନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ନିଲମ୍ବନ କରି ପ୍ରତ୍ୟାହାର କରିନେଇଛନ୍ତି । ଏହି ପ୍ରତ୍ୟାହାରର କୌଣସି କାରଣ ଦର୍ଶାଯାଇନି ।

ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଓ୍ବେବସାଇଟରୁ ଏହି ସୂଚନା ଜଣାପଡ଼ିଛି । ତେବେ ଏହି ଚିଠିରେ ପ୍ରତ୍ୟାହାର କାରଣ ବିଷୟରେ କିଛି ଉଲ୍ଲେଖ ନାହିଁ ।

ଫେବୃଆରୀ ୨୪ ଋଷିଆ ଆକ୍ରମଣ ଠାରୁ ୟୁକ୍ରେନ ସମଗ୍ର ବିଶ୍ବ ତଥା କିଛି ନିର୍ଦ୍ଧିଷ୍ଟ ଦେଶମାନଙ୍କ ନିକଟରୁ ସାହାଯ୍ୟ ଆଶା କରୁଥିଲା । କିନ୍ତୁ ବିଶେଷ ଭାବେ କୌଣସି ଦେଶରୁ ସାହାଯ୍ୟ ପାଇନଥିବା ଦେଶ ମାନଙ୍କରୁ ରାଷ୍ଟ୍ରଦୂତ ପ୍ରତ୍ୟାହାର କରାଯାଇଛି ବୋଲି ବୈଦେଶିକ ବିଶେଷଜ୍ଞ ମାନେ ମତ ରଖିଛନ୍ତି ।

ଜର୍ମାନୀ ସହ ୟୁକ୍ରେନର ଏବେ ତିକ୍ତ ସଂପର୍କ ଲାଗି ରହିଛି । ଉଭୟ ଦେଶ ମଧ୍ୟରେ ଏକ ଟର୍ବାଇନକୁ ନେଇ ବିବାଦ ଲାଗି ରହିଛି । ଏହି ଟର୍ବାଇନ ଟି ଏବେ କାନାଡ଼ାରେ ମେଣ୍ଟେନାନ୍ସ ପାଇଁ ଅଛି । କାନାଡ଼ା ଶୀଘ୍ର ଟର୍ବାଇନକୁ ଋଷିଆର ନ୍ୟାଚୁରାଲ ଗ୍ୟାସ୍ କମ୍ପାନୀ ଗେଜପ୍ରମକୁ ହସ୍ତାନ୍ତର କରୁ ବୋଲି ଜର୍ମାନୀ ଚାହୁଁଛି ।

କିନ୍ତୁ ୟୁକ୍ରେନ ଏଥିରେ ବାଧା ସାଝୁଛି । ୟୁକ୍ରେନର ମତ, ଏହା ଋଷିଆ ଉପରେ ଲାଗିଥିବା ପ୍ରତିବନ୍ଧକ ବିରୋଧୀ ।

Leave A Reply

Your email address will not be published.