ନୂଆଦିଲ୍ଲୀ: ରୁଷିଆ ଉପରେ ୟୁକ୍ରେନର ବଡ଼ ଧରଣର ଆକ୍ରମଣ। ୯/୧୧ ଆମେରିକା ଆକ୍ରମଣ ଭଳି ହୋଇଛି ଘାତକ ହମ୍ଲା କରିଛି ୟୁକ୍ରେନ। ରୁଷର କଜାନ ସହରରେ ଏହି ବଡ଼ ଧରଣର ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ । ତିନୋଟି ହାଇ ରାଇଜିଂ ବିଲ୍ଡିଂ ଉପରେ ଡ୍ରୋନ୍ ଆକ୍ରମଣ । ଆକ୍ରମଣରେ ଶିଶୁ ସମେତ ୬ ଜଣଙ୍କ ଜୀବନ ଚାଲି ଯାଇଛି । ଏହାସହ ୧୦ ଜଣ ଗୁରୁତର ହୋଇଛନ୍ତି । ପାଲଟା ଆକ୍ରମଣ ପାଇଁ ସେପଟେ ପ୍ରସ୍ତୁତ ହେଉଛି ରୁଷ ।
ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଡ୍ରୋନ୍ ବଡ ବଡ ତିନୋଟି କୋଠାକୁ ଧକ୍କା ଦେଉଥିବାର ଦେଖିବାକୁ ମିଳିଛି । ପରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏହି ଆକ୍ରମଣ ପରେ କାଜାନ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି । ସେହିପରି ସ୍ଥାନୀୟ ଅଞ୍ଚଳରେ ସମସ୍ତ ସ୍କୁଲ ଏବଂ କଲେଜକୁ ବନ୍ଦ କରି ଦିଆଯାଇଛି । ବିଲ୍ଡିଂରୁ ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଡ୍ରୋନ୍ ଆକ୍ରମଣ ନେଇ ମସ୍କୋ ମିଡିଆ ସୂଚନା ଦେଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭିଡିଓ ଆଧାରରେ ୮ଟି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ୍। କାଜାନରେ ଏହି ୮ଟି ଡ୍ରୋନ୍ ମାଡ଼ ହୋଇଛି।
ରୁଷ ରକ୍ଷା ମନ୍ତ୍ରଣାଳୟ କହିବା ଅନୁଯାୟୀ, ଏୟାର ଡିଫେନ୍ସ ସିଷ୍ଟମ କଜାନ ସହରରେ ଏକ ୟୁକ୍ରେନ ଡ୍ରୋନକୁ ନଷ୍ଟ କରିଛି। ଡ୍ରୋନ ଆକ୍ରମଣ ଫଳରେ ସେଠିକାର ୩ଟି ସ୍ଥାନରେ ନିଆଁ ଲାଗିଛି। ସେସିଆଲ ମିଡିଆରେ ମଧ୍ୟ ଏହି ଡ୍ରୋନ ଆକ୍ରମଣର ଛାତିଥରା ଦୃଶ୍ୟ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି।କାଜାନ ସହର ଉପରେ ହୋଇଥିବା ଏହି ଆକ୍ରମଣକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଆକ୍ରମଣକୁ ଆମେରିକାର ୯/୧୧ ଆକ୍ରମଣ ଭଳି ମଧ୍ୟ କୁହାଯାଉଛି।
Comments are closed.