Latest Odisha News

BREAKING NEWS

ଖୋ ଖୋ: ସେମିରୁ ବିଦା ହେଲା ଓଡିଶା

କଟକ: ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍ଟିମେଟ ଖୋ ଖୋରେ ଓଡିଶାର ଅଭିଯାନ ସେମିଫାଇନାଲରେ ଶେଷ ହୋଇଛି । ଏହା ଖୋ ଖୋ ପ୍ରେମୀଙ୍କୁ ନିରାଶ କରିଛି । ଗତ ସଂସ୍କରଣର ଚାମ୍ପିୟନ ଓଡିଶା ଲିଗ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିରେ ଗୁଜରାଟ ଜ୍ୟାଂଟସ ନିକଟରୁ ୨୯-୨୭ରେ ହାରି ଯାଇଛି । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଗୁଜରାଟ ୧୯-୧୦ରେ ଅଗ୍ରଣୀ ରହିଥିଲା । ଏହା ପରେ ଅବଶ୍ୟ ଦ୍ୱିତୀୟାର୍ଦ୍ଧରେ ଓଡିଶା ଭଲ ପ୍ରଦର୍ଶନ କରି ବିଜୟ ବ୍ୟବଧାନ କମାଇଥିଲେ ମଧ୍ୟ ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲା । ଲିଗ ପର୍ଯାୟରେ ଓଡିଶା ୬ଟି ବିଜୟ ହାସଲ କରିଥିବା ବେଳେ ୨ଟିରେ ପରାଜିତ ହୋଇଥିଲା ।

ଗୁଜରାଟ ଏବେ ଟାଇଟଲ ମୁକାବିଲାରେ ତେଲୁଗୁ ଯୋଦ୍ଧା ଓ ଚେନ୍ନାଇ ଗନ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାଙ୍କୁ ଭେଟିବ । ଗୁଜରାଟ ଖେଳାଳିମାନେ ସେମି ଫାଇନାଲରେ ସଂଗଠିତ ଏବଂ ଯୋଜନା ମୁତାବକ ଭାବେ ଖେଳିଥିଲେ । ଓଡିଶା ପ୍ରଥମାର୍ଦ୍ଧରେ ଅନେକ ପଂଏଟ ହାସଲ କରିବା ସୁଯୋଗ ହାତଛଡା କରିଥିଲା ।

Leave A Reply

Your email address will not be published.