Latest Odisha News

[ଭିଡ଼ିଓ]ମିସ୍ ଓଡ଼ିଶା ରନର୍ସ ଅପ୍ ଟାଇଟେଲ ଜିତିଲେ ଉମରକୋଟର ଝିଅ ପୂଜା

ଉମରକୋଟ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଯାଇ ମିସ୍ ଓଡ଼ିଶା ରନର୍ସଅପ୍ ଟାଇଟେଲ ବିଜୟିନୀ । ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଲେ ଉମରକୋଟର ଝିଅ ପୂଜା ମିସ୍ତ୍ରୀ । ଗୋପାଳପୁର ବେଳାଭୂମିରେ ଅନୁଷ୍ଠିତ ମିସ୍ ଓଡ଼ିଶା ବିୟୁଟି ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍ ହୋଇପାରିଛନ୍ତି । ଉମରକୋଟ ବ୍ଲକ ଅଧିକାରୀଗୁଡ଼ା ଗ୍ରାମର ସପନ ମିସ୍ତ୍ରୀ ଓ ମା ଅପର୍ଣ୍ଣା ମିସ୍ତ୍ରୀଙ୍କ ଝିଅ ପୂଜା ମିସ୍ତ୍ରୀ ।

ବର୍ତ୍ତମାନ ପୂଜା ଭୁବନେଶ୍ୱର ବିଶ୍ୱାସ ନର୍ସିଂ କଲେଜର ବିଏସସି ନର୍ସ ଶେଷ ବର୍ଷର ଛାତ୍ରୀ । ପାଠପଢ଼ା ସହ ସେ ମଡ଼େଲିଂ କରୁଥିଲେ । ପରେ ମିସ୍ ଓଡ଼ିଶା ବିୟୁଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ୬ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ନେଇ ଗତ ୧୯ତାରିଖରେ ଗୋପାଳପୁର ବେଳାଭୂମିରେ ଫାଇନାଲ ପ୍ରତିଯୋଗିତାରେ ରହିଥିଲେ । ଏଥିରେ ରାଉରକେଲାର ସାନିଆ ମିସ୍ ଓଡ଼ିଶା ମୁକୁଟ ପିନ୍ଧିଥିବାବେଳେ ପୂଜା ପ୍ରଥମ ରନର୍ସ ଅପ୍ ଏବଂ ସ୍ନେହା ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ ।

ଭବିଷ୍ୟତରେ ପୂଜା ଜଣେ ଭଲ ନର୍ସ ହେବା ସହ ଆଗକୁ ମଡ଼େଲିଂରେ ନିଜ କ୍ୟାରିୟର କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ଆଉ ଏହି ସଫଳତା ତାଙ୍କ ପରିବାର ଲୋକଙ୍କ ପ୍ରେରଣା ପାଇଁ ସମ୍ଭବ ହୋଇପାରିଥିବା ସେ କହିଛନ୍ତି । ପୂଜା ବିଜୟିନୀ ହୋଇ ଗାଁକୁ ଫେରିବା ପରେ ଗାଁରେ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

Comments are closed.