ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ମଡେଲ୍ ହୋଇଛି । ସାରା ବିଶ୍ୱରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ରଣନୀତିର ଚର୍ଚ୍ଚା । ପୁଣି ଥରେ ଓଡ଼ିଶାକୁ ତାରିଫ କରିଛି ଜାତିସଂଘ । ବିପର୍ଯ୍ୟୟ ପରିଚାଳନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଜାତିସଂଘର ଡିଜାଷ୍ଟର ରିସ୍କ ରିଡକସନ୍ (ବିପର୍ଯ୍ୟୟ ବିପଦ ପ୍ରଶମନ-UNDRR) ମୁଖ୍ୟ ମାମି ମିଜୁତୋରି । ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଓଡ଼ିଶାର ସେ ଉଦାହରଣ ଦେଇଛନ୍ତି । କହିଛନ୍ତି, ବିପର୍ଯ୍ୟୟ ସମୟରେ ବିପଦକୁ ସାମ୍ନା କରିବା ପାଇଁ କିଭଳି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ପୂର୍ବ ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦିଆଯିବ ସେହି କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ ସୃଷ୍ଟି କରିଛି । ଓଡ଼ିଶାର ବିପଦ ବିପର୍ଯ୍ୟୟ ପ୍ରଶମନର ସୁପରିଚାଳନା ଅନ୍ୟମାନେ ଶିଖିବା ଦରକାର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାରିଖ କରିଛନ୍ତି ମାମି ମିଜୁତୋରି । ସେ କହିଛନ୍ତି, ୨୦୦୦ ମସିହାରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହେବା ପରେ ଓଡ଼ିଶାର ବିପର୍ୟ୍ୟୟ ପରିଚାଳନା ବ୍ୟବସ୍ଥାକୁ ବିକଶିତ କରିବା ସହ ମଜଭୁତ କରିଛନ୍ତି । ୧୯୯୯ ମହାବାତ୍ୟା ବେଳେ ଓଡ଼ିଶାରେ ୧୦ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ତାପରେ ଓଡ଼ିଶାରେ ଆଉ ସେଭଳି ଘଟଣାର ପୁନରାବୃତ୍ତି ହୋଇ ନାହିଁ ବୋଲି କହିଛନ୍ତି ମାମି ମିଜୁତୋରି ।

ଆଗକୁ ସତର୍କ ସୂଚନା ବ୍ୟବସ୍ଥା ସହ ସ୍ଥାନାନ୍ତର ପଦକ୍ଷେପ ଯୋଗୁ ଆଉ ୧୯୯୯ ମହାବାତ୍ୟା ଭଳି ଧନଜୀବନ କ୍ଷତି ହୋଇ ନାହିଁ । ପୂର୍ବରୁ ୨୦୧୩ରେ ବାତ୍ୟା ଫାଇଲିନ୍ ବେଳେ ଓଡ଼ିଶାକୁ ପ୍ରଶଂସା କରିଥିଲା ଜାତିସଂଘ । ଗତ ସପ୍ତାହରେ ବାତ୍ୟା ୟସର ସଫଳ ମୁକାବିଲା କରିଛନ୍ତି ସରକାର । ଏହା ବ୍ୟତୀତ ମହାମାରୀ ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ପ୍ରଂଶସା କରିଛନ୍ତି UNDRR ମୁଖ୍ୟ ମାମି ମିଜୁତୋରି ।
BREAKING NEWS
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ

Comments are closed.