Latest Odisha News

BREAKING NEWS

ଆଫଗାନିସ୍ତାନରେ କାମ କରିବ ନାହିଁ ଜାତିସଂଘ, ମେ ମାସ ସୁଦ୍ଧା ବନ୍ଦ କରିଦେବ ଅଫିସ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଆଉ କାମ କରିବା ନାହିଁ ଜାତିସଂଘ। ସେଠାରୁ ନିଜର ସମସ୍ତ ଅଫିସ ବନ୍ଦ କରିଦେବ ବୋଲି ଚେତାବନୀ ଦେଇଛି। ଯଦି ତାଲିବାନ ମହିଳାଙ୍କ ପାଇଁ ଭେଦଭାବ ବନ୍ଦ ନକରେ ମହିଳା କର୍ମୀଙ୍କୁ ସଂସ୍ଥା ପାଇଁ କାମ କରିବାକୁ ଅନୁମତି ନ ଦିଏ ତେବେ ‘ମେ’ ମାସ ସୁଦ୍ଧା ଦେଶରୁ ଓହରି ଆସିବୁ ବୋଲି ମିଳିତ ତାତିସଂଘର ବିକାଶ କାର୍ଯ୍ୟକ୍ରମ(ୟୁଏନ୍‌ଡିପି) ମୁଖ୍ୟ କହିଛି। ଆଫଗାନିସ୍ତାନର ଖାମା ପ୍ରେସ୍‌ରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ୟୁଏନ୍‌ଡିପି ମନ୍ତ୍ରୀ ଅଚିନ ଷ୍ଟେଇନର କହିଛନ୍ତି ଯେ ବର୍ତ୍ତମାନ ଆମେ ଆଫଗାନିସ୍ତାନରେ କାମ କରିବା ନେଇ ଆମର କ୍ଷମତା ସମ୍ପର୍କରେ ପୁନର୍ବିଚାର କରୁଛୁ। କିନ୍ତୁ ଏହା ମୌଳିକ ନିୟମ ଓ ମାନବାଧିକାର ବଦଳରେ ନୁହେଁ। ଯଦି ତାଲିବାନ କଥା ନ ମାନେ ତେବେ ଜାତିସଂଘ ମେ ମାସ ସୁଦ୍ଧା ସେଠାରେ କାମ ବନ୍ଦ କରିଦେବ ବୋଲି ଅଚିନ କହିଥିବା ସୂଚନା ମିଳିଛି।

ନିକଟରେ ଆଫଗାନିସ୍ତାନ ପୂର୍ବାଞ୍ଚଳ ରାଜ୍ୟ ନଙ୍ଗରହାରରେ ମହିଳା କର୍ମୀଙ୍କୁ କାମ କରିବାକୁ ନଦେବା ଘଟଣାରେ ଗଭୀର ଚିନ୍ତା ବ୍ୟକ୍ତ କରିଥିଲା ଜାତିସଂଘ। ଜୀବନ ରକ୍ଷକ ସହାୟତା ମହିଳା କର୍ମୀଙ୍କ ବିନା ଅଧା ବୋଲି ଜାତିସଂଘ ତାଲିବାନକୁ ଚେତାବନୀ ଦେଇଛି। ଆଫଗାନିସ୍ତାନରେ ମହିଳା କର୍ମୀଙ୍କ ବିନା ଜତିସଂଘ ଜୀବନ ବଞ୍ଚାଇବା ପାଇଁ ଯୋଗାଉଥିବା ସହାୟତା କାର୍ଯ୍ୟ କରିପାରିବ ନାହିଁ ବୋଲି ତାଲିବାନକୁ ଜଣାଇ ଦେଇଛି। ଯାହା ତାଲିବାନ ପାଇଁ ଚିନ୍ତାର କାରଣ ପାଲଟିଛି।

ସୂଚନା ଥାଉକି ୨୦୨୧ ଠାରୁ ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ଫେରିବା ପରେ ମହିଳାଙ୍କ ପାଠପଢ଼ା ଠାରୁ ଆରମ୍ଭ କରି କର୍ମ କ୍ଷେତ୍ରରେ ସବୁଥିରେ ପ୍ରତିବନ୍ଧ ଲଗାଇ ଦେଇଛି। ମହିଳାମାନେ ଏବେ ଘରେ ବସି ରହିବା ଛଡ଼ା ଆଉ କିଛି କରିପାରୁ ନାହାନ୍ତି।

Comments are closed.