Latest Odisha News

BREAKING NEWS

ରାଜ୍ୟରେ ୧୮-୪୪ ବର୍ଷ ବୟସ୍କଙ୍କୁ ଟିକାକରଣରେ ହୋଇପାରେ ବିଳମ୍ବ

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ କରାଯିବ । ତେବେ ରାଜ୍ୟରେ ଏହି ବୟସ ବର୍ଗର ଲୋକଙ୍କୁ ଟିକାକପଣରେ ବିଳମ୍ବ ହୋଇପାରେ । ଟିକା ଆସିବାରେ ବିଳମ୍ବ ହୋଇପାରେ । ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ମେ’ ମାସରେ କୋଭିସିଲ୍ଡ ଟିକା ପହଞ୍ଚିବା ସମ୍ଭାବନା କ୍ଷୀଣ । ମେ’ ମାସ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ୍ ଟିକା ଆସିପାରେ । ଟିକା ଉପଲବ୍ଧ ହେବା ପରେ ଟିକାକରଣ ହେବ । କୋଭିସିଲ୍ଡ ଟିକା ପାଇଁ କାଲି ଚିଠି ଲେଖାଯାଇଛି ।

ତେବେ ଆସନ୍ତାକାଲିଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ କୋ-ଓ୍ୱିନ୍ ପୋର୍ଟାଲରେ ପଞ୍ଜିକରଣ ହେବ । ଟିକା ପାଇବା ପରେ ଆମେ ଜଣେଇବୁ ୧୮ରୁ ୪୪ ବର୍ଷ ଲୋକଙ୍କ କେବେ ଠାରୁ ଟୀକାକରଣ ଆରମ୍ଭ ହେବେ । ପଞ୍ଜିକରଣ ପରେ ସ୍ଲଟ୍ ବୁକ୍ କରିପାରିବେ । ଗତକାଲି ରାଜ୍ୟରେ ୮୮ହଜାର ୭୭୦ ଜଣଙ୍କୁ ଟିକା ଦିଆଯାଇଛି । ଏଯାଏ ମୋଟ୍ ୫୬ଲକ୍ଷ ୩୯ହଜାର ୧୫୦ ଡୋଜ୍ ଟିକା ଦିଆଯାଇଛି । ରାଜ୍ୟରେ ୧ଲକ୍ଷ ୨୩ହଜାର କୋଭିସିଲ୍ଡ ଅଛି । ୩ଲକ୍ଷ ୬୫ହଜାର କୋଭାକ୍ସିନ୍ ରହିଛି ।

Leave A Reply

Your email address will not be published.