Latest Odisha News

BREAKING NEWS

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭୁଶୁଡିଲା ଟନେଲ୍, ଜଣେ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ କୋଟା ଜିଲ୍ଲାର ମୁକୁନ୍ଦରା ହିଲ୍ସ ଟାଇଗର ରିଜର୍ଭ ନିକଟରେ ଶନିବାର ନିର୍ମାଣାଧୀନ ୮ ଲେନ ବିଶିଷ୍ଟ ଟନେଲରେ ଏକ ବଡ଼ ଦୁର୍ଘଟଣା ଘଟିଛି।

ଟନେଲ ଭୁଶୁଡ଼ିବା କାରଣରୁ ଚାରିଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଭଗ୍ନାବଶେଷ ତଳେ ପୋତି ହୋଇଥିବା ଚାରିଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଛି। ସେମାନଙ୍କ ମଧ୍ୟରୁ ଉତ୍ତରାଖଣ୍ଡର ଡେରାଡୁନ୍ ଜିଲ୍ଲାର ୩୫ ବର୍ଷୀୟ ଶମଶେର ସିଂଙ୍କର ମୃତ୍ୟୁ ଘଟିଛି।

ଅପରପକ୍ଷରେ ମୋନୁ ଏବଂ ଅଜୟ ନାମକ ଦୁଇଜଣ ଶ୍ରମିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଚତୁର୍ଥ ଶ୍ରମିକଙ୍କ ଶରୀରରେ ସାମାନ୍ୟ ଆଘାତ ଲାଗିଥିଲା​।

 

Comments are closed.