Latest Odisha News

ଅସୁସ୍ଥତା ନେଇ ପ୍ରତିକ୍ରିୟା ରଖିଲେ ରତନ ଟାଟା

ମୁମ୍ବାଇ: ୮୬ ବର୍ଷିୟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ନାଭାଲ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଏବଂ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରିବାକୁ ପଡିବ ବୋଲି ଚର୍ଚ୍ଚା ହେଉଛି।

ତେବେ ଯାହାକୁ ଖଣ୍ଡନ କରିଛନ୍ତି ରତନ ଟାଟା। “ମୋର ଅସୁସ୍ଥତା ସମ୍ବନ୍ଧରେ ପ୍ରଚାରିତ ହେଉଥିବା ଗୁଜବ ବିଷୟରେ ମୁଁ ଅବଗତ ଅଛି। ସମସ୍ତଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏହି ଦାବିଗୁଡ଼ିକ ଭିତ୍ତିହୀନ। ମୋର ବୟସ ଏବଂ ତତଜନିତ ମେଡିକାଲ ଚେକଅପ୍ ପାଇଁ ହେତୁ ମୁଁ ବର୍ତ୍ତମାନ ଡାକ୍ତରୀ ଯାଞ୍ଚ କରୁଛି।”

“ଚିନ୍ତା କରିବାର କୌଣସି କାରଣ ନାହିଁ। ତେବେ ଜନସାଧାରଣ ଏବଂ ଗଣମାଧ୍ୟମ ଭୁଲ ତଥ୍ୟ ବିସ୍ତାରରୁ ନିବୃତ୍ତ ରହିବାକୁ ସେ ଅନୁରୋଧ କରୁଛନ୍ତି।

Leave A Reply

Your email address will not be published.