Latest Odisha News

ଏହି ଫୋଟକୁ ମିଳିଲା ଅଣ୍ଡର ୱାଟର ଫୋଟଗ୍ରାଫର ଅଫ ଦି ଇୟର ଆୱାର୍ଡ

ନୂଆଦିଲ୍ଲୀ: ସ୍ୱିଡେନ୍ ଫୋଟଗ୍ରାଫରଙ୍କ ଏକ ଅଣ୍ଡର ଓ୍ୱାଟର ଫୋଟ ଚଳିତ ବର୍ଷ ପାଇଁ ‘ଅଣ୍ଡର ଓ୍ୱାଟର ଫୋଟଗ୍ରାଫର ଦ ଇୟର‘ ଭାବେ ପୁରସ୍କୃତ ହୋଇଛି । ଏହି ଫୋଟଗ୍ରାଫରଙ୍କ ନାଁ ହେଉଛି ଏଲେକସ୍ ଡାନସନ୍ । ଏଲେକସ୍  ପୁରସ୍କୃତ  ହୋଇ ଖୁସି ଅନୁଭବ କରିଥିବା ନେଇ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ସେ ଲେଖିଛନ୍ତି,‘‘ ଏହି ପୁରସ୍କାର ପାଇ ମୁଁ ଗର୍ବିତ ।’’ ତାଙ୍କର ଏହି ଫୋଟକୁ ୨,୯୦୦ ଅଧିକ ଲୋକ ଲାଇକ୍ ଏବଂ ମତାମତ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି , ବହୁତ ସୁନ୍ଦର ଛବି ହୋଇଛି । ଅଭିନନ୍ଦନ । ଆପଣ ଏହି ପୁରସ୍କାର ପାଇବା ପାଇଁ  ପ୍ରକୃତରେ ଯୋଗ୍ୟ ।’’  ‘ହ୍ଲେଲ ବୋନ୍ସ’ ପାଇଁ ସେ ଅଣ୍ଡର ଓ୍ୱାଟର ଫୋଟଗ୍ରାଫର ଦ ଇୟର ଭାବେ ପୁରସ୍କୃତ ହୋଇଛନ୍ତି ।

ଉକ୍ତ ଫୋଟରେ ଗ୍ରୀନଲାଣ୍ଡର ବରଫ ଚାଦର ତଳେ ଜଣେ ସମୁଦ୍ର ବୁଡ଼ାଳି ମିକ୍ ହ୍ୱେଲ କଙ୍କାଳ ଆବିଷ୍କାର କରିଥିବା ଦେଖିବାକୁ ମିଳିଛି । ପୁରସ୍କାର ବିଚାର ପ୍ୟାନେଲର ଅଧ୍ୟକ୍ଷତା କରୁଥିବା ଆଲେକ୍ସ ମଷ୍ଟଡ୍ ଏକ ଗଣମାଧ୍ୟମକୁ କହିଛନ୍ତି,‘‘ ହ୍ୱେଲ ବୋନ୍ସର ଏହି ଫୋଟ ବହୁତ କଠିନ ପରିସ୍ଥିତିରେ ଉଠାଯାଇଛି । ଜଣେ ସମୁଦ୍ର ବୁଡାଳି ମୃତ ଶରୀରରକୁ ଦେଖିବାକୁ ଗ୍ରୀନଲାଣ୍ଡର ବରଫ ଚାଦର ତଳକୁ ଓହ୍ଲାଇଥିଲେ । ଏହି ଫୋଟ ନିଜେ ଏକ ସମ୍ପୂର୍ଣ୍ଣ କାହାଣୀ କହୁଛି ।’’

Comments are closed.