Latest Odisha News

ଅଣ୍ଡରଓ୍ୱାର୍ଲଡ ଡନ୍ ଛୋଟା ରାଜନ ମୃତ୍ୟୁ ଖବର ମିଛ

ନୂଆଦିଲ୍ଲୀ: ଅଣ୍ଡରଓ୍ୱାର୍ଲଡ ଡନ୍ ଛୋଟା ରାଜନ ଜୀବିତ ଅଛନ୍ତି । ସେ ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ମୃତ୍ୟୁ ଖବର ମିଛି । ଛୋଟା ରାଜନଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ପରେ ଏମ୍ସ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି । ଛୋଟା ରାଜନ ତିହାର ଜେଲରେ କରୋନା ସଂକ୍ରମିତ ହୋଇଥିଲେ । ଗତ ୨୬ ତାରିଖରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନର ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇଥିଲା ।

୨୦୧୫ ମସିହାରେ ତାକୁ ଇଣ୍ଡୋନେସିଆ ଭାରତ ପ୍ରତ୍ୟାର୍ପଣ କରାଯାଇଥିଲା । ସେବେଠାରୁ ତିହାର ଜେଲ ଥିଲା ଛୋଟା ରାଜନର ଠିକଣା । ତା ନାଁରେ ହତ୍ୟା ଓ ଅପହରଣ ଭଳି ୭୦ରୁ ଅଧିକ ମାମଲା ରହିଛି । ମୁମ୍ବାଇର ବରିଷ୍ଠ ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରଦାଣ୍ଡାଦେଶ ହୋଇଥିଲା । ୧୯୯୩ ମୁମ୍ବାଇ ସିରିଏଲ୍ ବିସ୍ଫୋରଣ ମାମଲାରେ ସାମିଲ ଥିଲା ଛୋଟା ରାଜନ ।

Leave A Reply

Your email address will not be published.