Latest Odisha News

ମହାନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ସୋନପୁର : ସୋନପୁରରେ ଅଘଟଣ । ସୋନପୁର ସହରର ମହାନଦୀରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସ୍ଥାନୀୟ ପଡାର ଲୋକ ସହରରେ ଯାତ୍ରୀ ନିବାସ ସମ୍ମୁଖରେ ଥିବା ପାଚେରୀ ଘାଟ ଠାରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ।

ସେପଟେ ଏହି ଘାଟ ନିକଟରେ ବହୁ ଲୋକ ଜମା ହୋଇଥିଲେ ।ହେଲେ ଦମକଳ ବାହିନୀ ଓ ପୋଲିସ ଏପର୍ଯ୍ୟନ୍ତ ପହଁଞ୍ଚି ପାରିନାହାନ୍ତି । ସପଟେ ଗତକାଲି ଛୁଟିଦିନ ରବିବାର ଥିବା ହେତୁ କେହି ନଦୀ ଭିତରକୁ ବଣ ଭୋଜି କରିବାକୁ ଯାଇ ଏପରି ଅଘଟଣ ଘଟାଇଥାଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.