ପୁରୀ: ପୁରୀ ରେଳ ଷ୍ଟେସନରେ ଅଭାବନୀୟ ଘଟଣା। ଏକ ଏକ୍ସପ୍ରେସର ଏସି କୋଚରେ ଥିବା ଶୌଚାଳୟରୁ ଉଦ୍ଧାର ହେଲା ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ। ଖବର ଅନୁଯାୟୀ ଚେନ୍ନାଇ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ ନିର୍ଦ୍ଧାରିତ ସମୟରେ ପୁରୀ ରେଳ ଷ୍ଟେସନରେ ପହଞ୍ଚି ଏକ ପ୍ଲାଟଫର୍ମରେ ଠିଆ ହୋଇଥିଲା। ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇବା ପରେ ରେଳବାଇର ପରିମଳ କର୍ମଚାରୀମାନେ କମ୍ପାର୍ଟମେଣ୍ଟ ସଫା କରିବା ଆରମ୍ଭ କରିଥିଲେ।
ଏସି-୩ କମ୍ପାର୍ଟମେଣ୍ଟର ଶୌଚାଳୟ ଖୋଲିବା ପରେ ରେଳ କର୍ମଚାରୀ ସେଠାରେ ଜଣେ ବ୍ୟକ୍ତିଙ୍କୁ ତଳେ ପଡିଥିବା ଦେଖି ତୁରନ୍ତ ଜିଆରପିକୁ ସୂଚନା ଦେଇଥିଲେ। ଜିଆରପିର ଏକ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ଉକ୍ତ ସ୍ଥାନରୁ ମୃତ ବ୍ୟକ୍ତିଙ୍କ ପରିଚୟ ପାଇଁ ଅନେକ ପ୍ରକାର ଯାଞ୍ଚ କରିବା ସତ୍ତ୍ୱେ ଘଟଣାସ୍ଥଳରୁ କୌଣସି ପରିଚୟ ପତ୍ର ପାଇନଥିଲେ। ପରେ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଜିଆରପି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Comments are closed.