Latest Odisha News

ବଦଳିବ ପୁରୀ ବଡଦାଣ୍ଡର ରଙ୍ଗ: ସବୁ କୋଠା ଦିଶିବ ଫିକା ଗୋଲାପି

ପୁରୀ: ବଦଳିପାରେ ପୁରୀ ବଡଦାଣ୍ଡର ରଙ୍ଗ । ଯୁଆଡେ ଚାହିଁବ ଦିଶିବ ଗୋଟିଏ ରଙ୍ଗ । ପୂର୍ବରୁ ବଡଦାଣ୍ଡର ସବୁକୋଠା,ଘରର ରଙ୍ଗ ଥିଲା ଆଇଭରି । ହେଲେ ଏବେ ଏହି ରଙ୍ଗ ବଦଳିବ । ହେଲେ କେଉଁ ରଙ୍ଗ ଲାଗିବ ତାହା ସ୍ଥିର ହୋଇନାହିଁ । ୧୪ଟି ରଙ୍ଗକୁ ଅନୁଧ୍ୟାନ କରାଯାଇଛି । ତା ମଧ୍ୟରୁ ଫିକା ଗୋଲାପି ରଙ୍ଗ ଅଧିକ ପସନ୍ଦ ହୋଇଛି । ତେଣୁ ଏହି ରଙ୍ଗ ଲାଗିପାରେ ବୋଲି ଶୁଣିବାକୁ ମିଳୁଛି । ଦୁଇଦିନ ତଳେ ଫାଇଭ ଟି ଅଧ୍ୟକ୍ଷ ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ସମୟରେ ଏହି ରଙ୍ଗ ବଦଳ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ।

ବ୍ୟାବସାୟିକ ଘର ହେଉ କିମ୍ବା ବ୍ୟକ୍ତିଗତ ଘର କିମ୍ବା ସରକାରୀ ଅଫିସ ବା ମଠ,ମନ୍ଦିରଟ୍ଟବଡଦାଣ୍ଡରେ ଥିବା ସବୁ କାନ୍ଥରେ ରହିବ ଗୋଟିଏ ରଙ୍ଗ । ରଙ୍ଗରେ ସମାନତା ଆଣିବା ପାଇଁ ସରକାର ନେଇଛନ୍ତି ଏପରି ପଦକ୍ଷେପ । ସେଥିପାଇଁ ମାଟିଆ, ଧଳା, ଫିକା ଗୋଲାପି ଆଦି ୧୪ଟି ରଙ୍ଗର ଅନୁଧ୍ୟାନ କରାଯାଇଥିଲା । ଶେଷରେ ଫିକା ଗୋଲାପିକୁ ଚ୍ରୟନ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଯଦି ବ୍ୟକ୍ତିଗତ ଘରର ରଙ୍ଗ ଘରମାଲିକ ନ ବଦଳାନ୍ତି ତେବେ ପ୍ରଶାସନ ଏହି କାମକରିବ । କିନ୍ତୁ ପରେ ସଂପୃକ୍ତ ବ୍ୟକ୍ତି ସବୁ ଖର୍ଚ୍ଚ ବହନ କରିବେ । ଯଦିଓ ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ତେବେ ରଙ୍ଗରେ ସମାନତା ଆଣିବା ବିଷୟ କହିଛନ୍ତି ପୁରୀ ଉପଜିଲ୍ଲାପାଳ ।

ସୂଚନାଥାଉ କି, ପୂର୍ବରୁ ନବକଳେବର ସମୟରେ ଅର୍ଥାତ ୨୦୧୫ ବଡଦାଣ୍ଡରେ ଥିବା ସବୁ କୋଠାର ରଙ୍ଗରେ ସମାନତା ଆଣିବା ପାଇଁ ପ୍ରଥମ ପଦକ୍ଷେପ ନିଆ ଯାଇଥିଲା । ତତ୍କାଳୀନ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସବୁ କୋଠାକୁ ସରକାରଙ୍କ ପକ୍ଷରୁ ହଳଦିଆ ରଙ୍ଗ ବା ଆଇଭରି କଲର ଦିଆଯାଇଥିଲା ।

Leave A Reply

Your email address will not be published.