Latest Odisha News

BREAKING NEWS

ଟିମ୍ ମୋଦିରୁ ବାଦ ପଡ଼ିବେ ଏହି ସବୁ ହେଭିଓ୍ୱେଟ୍ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ । ଶପଥ ନେବେ ନୂଆ ମନ୍ତ୍ରୀ । ରାଷ୍ଟ୍ରପତି ଭବନରେ ଶପଥଗ୍ରହଣ ସମାରୋହ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବ । ତାପୂର୍ବରୁ କିଏ ଟିମ୍ ମୋଦିରେ ରହିବେ, କିଏ ବାଦ ପଡ଼ିବେ ଓ କାହାକୁ ମିଳିବ ସୁଯୋଗ ତାକୁ ନେଇ ଦିଲ୍ଲୀ ଦରବାଦରରେ ହଟଚମଟ ଜୋରଦାର ।

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ କିଛି ପୁରୁଖା ନେତାଙ୍କୁ ବାଦ ଦିଆଯାଇପାରେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ବାଦ ପଡ଼ିପାରନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ଶିକ୍ଷାମନ୍ତ୍ରୀ ପଦ ଛାଡ଼ିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ସେହିପରି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାର ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ଟିମ୍ ମୋଦିରୁ ବାଦ ପଡ଼ିପାରନ୍ତି ।

ଯେଉଁମାନେ ନୂଆ ମନ୍ତ୍ରୀ ହେବେ ସେମାନଙ୍କ ମଧ୍ୟରେ ଆଗରେ ଅଛି ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନଓ୍ୱାଲ, ନାରାୟଣ ରାଣେଙ୍କ ଭଳି ହେଭିଓ୍ୱଟ ନେତାଙ୍କ ନାଁ । ଯେଉଁମାନେ ସାମିଲ ହେବେ ସେମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ଭେଟିଛନ୍ତି । ସନ୍ଧ୍ୟା ୬ଟା ଶପଥଗ୍ରହଣ ସମାରୋହରେ ସ୍ପଷ୍ଟ ହେବ କେଉଁମାନେ ବାଦ ପଡିଲେ ଓକାହାକୁ ନିଜ ଟିମରେ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.