Latest Odisha News

BREAKING NEWS

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୁଧବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ସେ ଟ୍ୱିଟରରେ ଲେଖିଛନ୍ତି ଯେ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି।

ଏହାସହ ସେ ଆହୁରି କହିଛନ୍ତି ଯେ, ମୁଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରୁଛି ଏବଂ ଚିକିତ୍ସା କରୁଛି।

ନିକଟରେ ଯେଉଁମାନେ ତାଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କରୋନା ପରୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି।

Comments are closed.