Latest Odisha News

BREAKING NEWS

ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ : ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ପିଏମ୍ ଇ-ବିଦ୍ୟା, ରାଷ୍ଟ୍ରୀୟ ଡିଜିଟାଲ ଶିକ୍ଷା ସୌଧ, ସ୍ବୟମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସାମିଲ କରାଯାଇଛି ।

ଶିକ୍ଷାରେ ପ୍ରଯୁକ୍ତିର ଅଧିକରୁ ଅଧିକ ଉପଯୋଗ ଉପରେ ଗୁରୁତ୍ବାରୋପ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏକ ମୁକ୍ତ, ସମାବେଶୀ ଓ ସହଜଲବ୍ଧ ଶିକ୍ଷା ପ୍ରଯୁକ୍ତିର ଉପଯୋଗ ଦ୍ବାରା ହିଁ ହାସଲ କରାଯାଇପାରିବ । ଦେଶରେ ଏକ ସକ୍ରିୟ ଶିକ୍ଷା ବାତାବରଣ ସୃଷ୍ଟି ହେବା ଦ୍ବାରା ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକରୁ ଅଧିକ ଶିକ୍ଷାଲାଭର ସୁଯୋଗ ସୃଷ୍ଟି ହେବ । ଏହାଦ୍ବାରା ଶିକ୍ଷା କ୍ଷେତ୍ରରେ ଅଭିନବତ୍ବ ଓ ଉଦ୍ୟମିତାକୁ ମଧ୍ୟ ପ୍ରୋତ୍ସାହନ ମିଳିବ ।

ସେହିପରି କୋଭିଡ ବୈଶ୍ବିକ ମହାମାରୀ ଶିକ୍ଷାକୁ ଡିଜିଟାଲ ମୋଡକୁ ଅତ୍ୟାବଶ୍ୟକ ହୋଇପଡିଛି । ଏଥିପାଇଁ ଡିଜିଟାଲ ପ୍ରୟାସ ଆରମ୍ଭ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସମୀକ୍ଷା ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାରଙ୍କ ସହ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

Comments are closed.