Latest Odisha News

କୋଭିଡ ପ୍ୟାକେଜର ଦ୍ୱିତୀୟ କିସ୍ତି ରିଲିଜ, କେନ୍ଦ୍ର ଦେଲା ୮୯୦. ୩୨ କୋଟି

ନୂଆଦିଲ୍ଲୀ: ପୁରା ଦେଶରେ ମାଡି ଚାଲିଛି ମାରତ୍ମକ ମହାମାରୀ କରୋନା । ଦିନକୁ ଦିନ ସଂକମଣ ବଢ଼ିବାରେ ଲାଗିଛି । ଏହାର ମୁକାବିଲା ପାଇଁ ଆଜି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ ରିଲିଜ କରିଛନ୍ତି । ୮୯୦. ୩୨ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ରିଲିଜ୍ କରିଛନ୍ତି କେନ୍ଦ୍ର ସରକାର ।

ଏହା ହେଉଛି ଆର୍ଥିକ ପ୍ୟାକେଜ୍‌ର ଦ୍ବିତୀୟ କିସ୍ତି। ରିଲିଜ୍ ହୋଇଥିବା ଅର୍ଥ କୋଭିଡ୍-୧୯ ଦମନ ସକାଶ ଭିତ୍ତିଭୂମି ସୁଦୃଢ଼ କରିବାରେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉପଯୋଗ କରିବେ।

ରାଜ୍ୟମାନଙ୍କୁ ୧୫୦୦୦ କୋଟି ଟଙ୍କା ପ୍ରଦାନ କରିବାକୁ ମାର୍ଚ୍ଚ ୨୪ ତାରିଖ ଦିନ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏପ୍ରିଲ୍ ମାସରେ ଏହାର ପ୍ରଥମ କିସ୍ତି ୩, ୦୦୦ କୋଟି ଟଙ୍କା ରିଲିଜ୍ ହୋଇଥିଲା। କେନ୍ଦ୍ରୀୟ ସହାୟତାରେ ରାଜ୍ୟ ସବୁ ଶଯ୍ୟା, ଟେଷ୍ଟିଙ୍ଗ୍ କିଟ୍ ଭଳି ସାମଗ୍ରୀ କିଣିବାରେ ବ୍ୟବହାର କରିବେ।

Comments are closed.