କଟକ: ଝଲସୁଛି କଟକର ବାରବାଟୀ ଷ୍ଟାଡିୟମ୍ । ଆଜି ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍ ହକି ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଯୋଗଦେବେ । ଅପରାହ୍ଣ ୪ଟାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଯୋଗଦେବା ସହ ଉତ୍ସବକୁ ଉଦଘାଟନ କରିବା ନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
Union Minister for Youth Affairs & Sports and Information & Broadcasting, Shri @ianuragthakur will attend the inauguration of #HockeyWorldCup2023 at Barabati Stadium, #Cuttack at 4 PM today.@Anurag_Office pic.twitter.com/nk6olTcZYh
— PIB in Odisha (@PIBBhubaneswar) January 11, 2023
ପ୍ରଶାସନ ପକ୍ଷରୁ କଟକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଉଦଘାଟନୀ ଉତ୍ସବରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏଥିସହ ଷ୍ଟାଡିୟମରେ ଦେଖିବାକୁ ମିଳିବ ବଲିଉଡ୍ ଷ୍ଟାରଙ୍କ ଜଲଓ୍ୱା । ଦର୍ଶକଙ୍କ ମନ ଜିଣିବେ ଅଭିନେତା ରଣବୀର, ଦିଶା ଓ ପ୍ରୀତମ । ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ନେତା ଓ ମନ୍ତ୍ରୀ ମଧ୍ୟ ସାମିଲ ହେବେ ।
Comments are closed.