Latest Odisha News

ମିଛ କହୁଛି ବିଜେଡି:ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ବିଜେଡିର ବିଜ୍ଞାପନକୁ ମିଛ ଦର୍ଶାଇ ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ‘ଏକ୍ସ’ରେ ତଥ୍ୟ ରଖି ବିଜେଡିକୁ କାଉଣ୍ଟର କଲେ ଅଶ୍ବିନୀ । କହିଲେ ବିଜେଡିର ବିଜ୍ଞାପନକୁ ସବୁ ମିଛ । ଦୁର୍ବଳ ଟେଲିକମ ସଂଯୋଗ ଓ ରେଳ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ବିଭିନ୍ନ ଖବରକାଗଜରେ ଯେଉଁ ବିଜ୍ଞାପନ ଦେଇଥିଲା ସେସବୁ ମିଛ ବୋଲି କହିଛନ୍ତି ଅଶ୍ବିନୀ ।

ଦୁର୍ବଳ ଟେଲିକମ ସଂଯୋଗ ଅଭିଯୋଗକୁ ନେଇ ବୈଷ୍ଣବ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,୨୦୧୪ରେ ଓଡ଼ିଶାରେ ୭୫୬୨ ଟାୱାର ଥିଲା । ବର୍ତମାନ ତଥା ୨୦୨୪ରେ ୨୮୨୭୪ ଟାୱାର ରହିଛି । ୨୦୧୪ ଅପେକ୍ଷା ୨୦୨୪ରେ ୪ ଗୁଣ ଅଧିକ ମୋବାଇଲ ଟାୱାର ହେଇଛି ।

୬ ବର୍ଷରେ କୌଣସି ନୂଆ ରେଳ ଲାଇନ୍ ହୋଇ ନଥିବା ଅଭିଯୋଗକୁ ଖଣ୍ଡନ କରି ଅଶ୍ୱିନୀ କହିଛନ୍ତି ଗତ ୧୦ ବର୍ଷରେ ଓଡ଼ିଶାରେ ୧୮୨୬ କିମି ନୂଆ ରେଳ ଲାଇନ୍ ହୋଇଛି ।ଯାହାକି ଶ୍ରୀଲଙ୍କାର ପୂରା ରେଳ ନେଟୱାର୍କ ଠାରୁ ଅଧିକ ।

Comments are closed.