ଭୁବନେଶ୍ୱର: ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ସକାଳ ୬.୧୦ରେ ହାୱଡାରୁ ବାହାରିଥିଲା । ପୁରୀରେ ପହଞ୍ଚିବାକୁ ପ୍ରାୟ ୬ ଘଣ୍ଟା ଲାଗିଥିଲା। ମଧ୍ୟାହ୍ନ ପ୍ରାୟ ୧୨.୩୫ ବେଳକୁ ଏହା ପୁରୀରେ ପହଞ୍ଚିଥିଲା । ଟ୍ରେନ ପୁଣି ପୁରୀରୁ ୧.୫୦ରେ ବାହାରି ହାୱଡାରେ ୮.୩୦ରେ ପହଞ୍ଚି ଥିଲା । ବାଟରେ ଖଡଗପୁର, ବାଲେଶ୍ୱର, ଭଦ୍ରକ, ଜାଜପୁର, କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଷ୍ଟେଶନରେ ୨ ମିନିଟ ପାଇଁ ରହଣୀ କରିଥଲା ।
ଏହି ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଏକ ଭିଡ଼ିଓ ତାଙ୍କ ଟ୍ୱିର୍ଟର ରେ ଶେୟର କରିଥିଲେ। ଭିଡ଼ିଓରେ ଏକ ହ୍ରଦ କୁଳ ଦେଇ ବନ୍ଦେ ଭାରତ ଟ୍ରେନ ଚାଲୁଥିବା ଦେଖିବାକୁ ମିଳିଥିଲା । ଟ୍ୱିଟରରେ ଅଶ୍ବିନୀ ବୈଷ୍ଣବ ଏହା କେଉଁ ରାଜ୍ୟ ବୋଲି ପ୍ରଶ୍ନ କରିଥିଲେ ।
ୟୁଜର୍ସ ଏହି ଭିଡ଼ିଓକୁ ପସନ୍ଦ କରିଥିଲେ । କେହି କେହି ଏହା ଓଡ଼ିଶାର ଚିଲିକା ବୋଲି କହିଥିଲେ ତ କେହି କେହି ଅନ୍ୟ ରାଜ୍ୟ ବୋଲି କହିଥିଲେ । ଚିଲିକା ପରି ଲାଗୁୟହିଁଲେ ହେଁ କେହି ଏହାକୁ ସହଜରେ ଗ୍ରହଣ କରି ପରି ନ ଥିଲେ । କାରଣ ଓଡିଶାରେ ଆଜି ପ୍ରଥମ ଥର ପାଇଁ ଗଡିଥିଲା ବନ୍ଦେ ଭାରତ ଟ୍ରେନ ତା ପୁଣି ହାୱଡାରୁ ପୁରୀ । ତେଣୁ ଚିଲିକା ଏଠି ଆସିବା କେଉଁଠୁ ?
ହେଲେ ପ୍ରକୃତରେ ଏହି ସ୍ଥାନ ଥିଲା ଚିଲିକା । କଥାହେଲା, ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଚେନ୍ନାଇସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ଆସି କୋଲକାତା ଯାଇଥିଲା । ଆଉ ଚେନ୍ନାଇରୁ ଆସିବାବେଳେ ଚିଲିକା ଦେଇ କୋଲକାତା ଯାଇଥିଲା । ସେହି ସମୟରେ ଏହି ଭିଡିଓ ଉତ୍ତୋଳନ କରାଯାଇଥିଲା ।
Vande Bharat spotted on this coast line.
Guess the state
pic.twitter.com/duyAMqxrct
— Ashwini Vaishnaw (@AshwiniVaishnaw) April 27, 2023
Comments are closed.