Latest Odisha News

ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା

ନୂଆଦିଲ୍ଲୀ: ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା l କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା ବୃଦ୍ଧି କରିଛି ଗୃହ ମନ୍ତ୍ରଣାଳୟ । ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି l ଚିରାଗଙ୍କ ସୁରକ୍ଷା ପାଇଁ ପୂର୍ବରୁ ଏସଏସବି କମାଣ୍ଡୋ ନିୟୋଜିତ ହୋଇଥିବା ବେଳେ ଏବେ ସିଆରପିଏଫ ସୁରକ୍ଷା ଦେବ l ଆଇବିର ଧମକ ରିପୋର୍ଟ ପରେ ଏପରି ନିଷ୍ପତି ନେଇଛି ଗୃହ ମନ୍ତ୍ରଣାଳୟ l

ସୂଚନାନୁସାରେ, ଚିରାଗ ପାସୱାନଙ୍କ ସୁରକ୍ଷା ପାଇଁ Z ବର୍ଗରେ ମୋଟ ୩୩ନ ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି l ଏମାନଙ୍କ ସହିତ ୧୦ ଜଣ ସଶସ୍ତ୍ର ଷ୍ଟାଟିକ ଗାର୍ଡ ତାଙ୍କ ଘରେ ରହିବେ। ଏହା ବ୍ୟତୀତ ରାଉଣ୍ଡ ଦ କ୍‌ଲକ ପିଏସଓ, ତିନୋଟି ସିଫ୍ଟରେ ୧୨ସଶସ୍ତ୍ର ଏସକର୍ଟ କମାଣ୍ଡୋ, ୱାଚର୍‌ ସିଫ୍ଟରେ ୨ କମାଣ୍ଡୋ ଏବଂ ୩ ତାଲିମପ୍ରାପ୍ତ ଡ୍ରାଇଭର ରାେଉଣ୍ଡ ଦ କ୍ଲକ ଉପସ୍ଥିତ ରହିବେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକାଳରେ ଚିରାଗ ପାସୱାନ କେନ୍ଦ୍ର ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରୁଛନ୍ତି। ତାଙ୍କ ଦଳ ୨୦୧୪ରୁ ମୋଦି ସରକାରଙ୍କ ଏକ ଅଂଶ ହୋଇଆସୁଛି । କିଛି ଦିନ ପୂର୍ବରୁ, ଚିରାଗଙ୍କ ବିରୋଧରେ ଆଇବି ଏକ ଧମକପୂର୍ଣ୍ଣ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଦାଖଲ କରିଥିଲା, ଯାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ତାଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।

 

Leave A Reply

Your email address will not be published.