Latest Odisha News

ସାମାଜିକ ଦୂରତା ପ୍ରତି ସଚେତନତା ଏବଂ ଏକତା ହିଁ ଆମର ବିଜୟକୁ ସୁନିଶ୍ଚିତ କରିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ରବିବାର ରାତି ୯ଟାରେ ୯ମିନିଟ୍ ପାଇଁ ନୂଆଦିଲ୍ଲୀରେ ପରିବାର ସହ ଦୀପ ଜାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ମହାମାରୀ ଲଢେଇରେ ଆମ ମାନଙ୍କର ସାମାଜିକ ଦୂରତ୍ୱ ପ୍ରତି ସଚେତନତା ଏବଂ ଏକତା ହିଁ ଆମର ବିଜୟକୁ ସୁନିଶ୍ଚିତ କରିବ ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସମସ୍ତ ଦେଶବାସୀଙ୍କ ସହ ମୁଁ ଏବଂ ମୋର ପରିବାର କରୋନା ମହାମାରୀ କାରଣରୁ ସମାଜରେ ବୃଦ୍ଧି ପାଉଥିବା ନିରାଶାର ଅନ୍ଧକାର ବିରୋଧରେ ଦୀପ ପ୍ରଜ୍ଜ୍ୱଳିତ କଲି ।

ଏହି ସଙ୍କଟ ବିରୁଦ୍ଧରେ ଆମ ମାନଙ୍କର ସାମାଜିକ ଦୂରତା ପ୍ରତି ସଚେତନତା ଏବଂ ଏକତା ହିଁ ଆମର ବିଜୟକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

Comments are closed.