ନୂଆଦିଲ୍ଲୀ: ଭାରତର ପ୍ରାକୃତିକ ଗ୍ୟାସ ଆମଦାନୀକୁ ହ୍ରାସ କରିବ ତାଳଚେର ଫର୍ଟିଲାଇଜର ପ୍ଲାଂଟ୍ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରାଳୟ ତଥା ଫର୍ଟିଲାଇଜର୍ସ ବିଭାଗ ଓ ତାଳଚେର ଫର୍ଟିଲାଇଜର୍ସର ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି ।
Met with officials of @PetroleumMin, @fertminindia & Talcher Fertilizers Ltd. (TFL) to discuss various issues pertaining to faster completion of Talcher Fertilizer Plant. This plant once ready will help cut India’s import of natural gas and fertiliser and make India self-reliant. pic.twitter.com/tS4cU3FYRv
— Dharmendra Pradhan (@dpradhanbjp) August 27, 2019
ଏହି ପ୍ଲାଂଟ୍ କାର୍ଯ୍ୟକ୍ଷମ ହେଲେ ଏହା ଭାରତର ପ୍ରାକୃତିକ ଗ୍ୟାସ ଆମଦାନୀକୁ ହ୍ରାସ କରିବ ଏବଂ ଭାରତକୁ ଗ୍ୟାସ ଓ ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ସୟାହକ ହେବ ବୋଲି ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ମତବ୍ୟକ୍ତ କରିଛନ୍ତି ।
Comments are closed.