Latest Odisha News

BREAKING NEWS

ଆଗୁଆ ହେବ କି ବିଧାନସଭା ନିର୍ବାଚନ ? ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:କେବେ ହେବ ରାଜ୍ୟ ବିଧାନସଭା ନିର୍ବାଚନ ?  ଆଗୁଆ ହେବ ନା ଲୋକସଭା ନିର୍ବାଚନ ସହ ହେବ ? ୨୦୨୪ ନିର୍ବାଚନକୁ ନେଇ ଏମିତି ଅନେକ ପ୍ରଶ୍ନକୁ ନେଇ ଆଲୋଚନା ଜୋର ଧରିଥିବାବେଳେ  ମୁହଁ ଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏକ ଗଣମାଧ୍ୟମକୁ ସାକ୍ଷାତ ଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି, ଆଗୁଆ ନିର୍ବାଚନ କରିବା ସପକ୍ଷରେ ନାହାନ୍ତି ନିର୍ବାଚନ କମିଶନ  । ଏକ ସମୟରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ କରିବାକୁ ବିଜେପି ମଧ୍ୟ ଚାହେଁ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି,  ‘ରାଜ୍ୟ ବିଧାନସଭା ନିର୍ବାଚନ ଆଗୁଆ କରିବା ପାଇଁ ଆଲୋଚନା ହେଉଥିବା ମୁଁ ଶୁଣିଛି । ତେବେ  ନିର୍ବାଚନ କମିଶନ  ପୃଥକ ନିର୍ବାଚନ ଚାହାଁନ୍ତି ନାହିଁ  ।  ଏକ ସମୟରେ ସାରା ଦେଶରେ  ନିର୍ବାଚନ ହେଉ ଏହା ବିଜେପି ଚାହେଁ ।   ଓଡ଼ିଶା ପରି ରାଜ୍ୟରେ ୩ ମାସ ବ୍ୟବଧାନରେ ୨ ଥର ନିର୍ବାଚନ ନାଗରିକଙ୍କ ହିତ ଦୃଷ୍ଟିରୁ ଠିକ ନୁହେଁ । ଏହାଦ୍ୱାରା ଖର୍ଚ୍ଚ ବୃଦ୍ଧି ତ ହେବ ତାହା ପୁଣି ରାଜ୍ୟର ଖର୍ଚ୍ଚ ହେବ । ତେଣୁ ସେ ଦୃଷ୍ଟିରୁ ଦେଖିଲେ ଅଲଗା ଅଲଗା ନିର୍ବାଚନ ହେବା ଉଚିତ ନୁହେଁ । ତେବେ ଆଗକୁ କ’ଣ  ହେଉଛି ସମୟ କହିବ  ।

Comments are closed.