Latest Odisha News

BREAKING NEWS

କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ନିଯୁକ୍ତିରେ ଓବିସି ଓ ଆର୍ଥିକ ଅନଗ୍ରସରଙ୍କୁ ଦିଆଯିବ ପ୍ରାଧାନ୍ୟ

ଭୁବନେଶ୍ବର : ଖୁବଶୀଘ୍ର ପୂରଣ ହେବ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ସଂଖ୍ୟା ପୂରଣ ହେବ । ଏବଂ ଏହି ନିଯୁକ୍ତିରେ ଓବିସି ଓ ଆର୍ଥିକ ଅନଗ୍ରସରଙ୍କୁ ଦିଆଯିବ ପ୍ରାଧାନ୍ୟ । ନୂଆଦିଲ୍ଲୀରେ ସର୍ବଭାରତୀୟ ଓବିସି ଛାତ୍ର ସଂଘର ପ୍ରତିନିଧିଙ୍କୁ ଭେଟିବା ଅବସରରେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ସଂଘର ଛାତ୍ରଛାତ୍ରୀମାନେ ଓବିସି ବର୍ଗଙ୍କ ପାଇଁ ନିଟ୍ ପରୀକ୍ଷାରେ ସର୍ବଭାରତୀୟ କୋଟାରେ ୨୭ ପ୍ରତିଶତର ସ୍ଥାନ ସଂରକ୍ଷଣ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଛାତ୍ରଛାତ୍ରୀମାନେ ଓବିସିଙ୍କ କଲ୍ୟାଣ ଏବଂ ଓବିସି ସମାଜକୁ ସଶକ୍ତ କରିବା ପାଇଁ ଥିବା ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟମ ଓ ଅସହାୟ ବର୍ଗଙ୍କୁ ସୁଯୋଗ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୂଚନା ଅନୁସାରେ, ମୋଦି ସରକାର ଚଳିତ ୨୦୨୧-୨୧ ଶିକ୍ଷା ବର୍ଷରୁ ମେଡିକାଲ ଏବଂ ଡେଣ୍ଟାଲ ପାଠ୍ୟକ୍ରମରେ ସ୍ନାତକ ଓ ସ୍ନାତକୋତ୍ତର ସର୍ବଭାରତୀୟ କୋଟା ଯୋଜନାରେ ଓବିସିଙ୍କୁ ୨୭ ପ୍ରତିଶତ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏହି ପଦକ୍ଷେପ ଦ୍ବାରା ପଛୁଆ ଓ ଆର୍ଥିକ ଦୁର୍ବଳ ଶ୍ରଣୀର ଓଡ଼ିଶା ସମେତ ଦେଶର ୫ ହଜାର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ।

Leave A Reply

Your email address will not be published.