Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କରୋନା ନେଗେଟିଭ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି । କିଛି ଦିନ ତଳେ ବିଜେପି ବିଧାୟକ କରୋନା ପଜିଟିଭ ଥିବା ଜଣାପଡିଥିଲା। ତାଙ୍କ ସହ ପ୍ରତାପ ସାକ୍ଷାତ କରିଥିବାରୁ ନୂଆ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସେ ନିଜକୁ ସଂଘରୋଧରେ ରଖିଥିବା ପ୍ରକାଶ କରିଥିଲେ ।

ଗୁରୁବାର ଅପରାହ୍ନରେ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ତାଙ୍କର ନମୂନା ପରୀକ୍ଷଣ ନିମନ୍ତେ ସଂଗ୍ରହ କରାଯାଇଥିଲା। ଯାହା ପରେ ନେଗେଟିଭ ଆସିଥିବା ସୂଚନା ମିଳିଛି।

କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଟ୍ୱିଟ କରି ନିଜର ଖୁସି ଜାହିର କରିଛନ୍ତି ଶ୍ରୀ ଷଡ଼ଙ୍ଗୀ। ‘ମୁଁ ବହୁତ ଖୁସି ଯେ ଭଗବାନଙ୍କ ଦୟାରୁ ମୋର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି ’ ବୋଲି ସେ ଲେଖି ଟ୍ୱିଟ କରିଛନ୍ତି ।

Comments are closed.