Latest Odisha News

BREAKING NEWS

ସାଂସଦ ରାଜୀବ ଚନ୍ଦ୍ରଶେଖରଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇଲା ଟ୍ୱିଟର

ନୂଆଦିଲ୍ଲୀ: କେନ୍ଦ୍ର ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଓ ଦକ୍ଷତା ବିକାଶ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇଲା ଟ୍ୱିଟର। ତେବେ ଏ ନେଇ ଟ୍ୱିଟର ସୂତ୍ରରୁ ପ୍ରକାଶ କରାଯାଇଛି ଯେ ମାଇକ୍ରୋ ବ୍ଲଗିଂ ସାଇଟରେ ତାଙ୍କ ନାମ ପରିବର୍ତ୍ତନ ଏହାର କାରଣ ହୋଇପାରେ।

ରାଜୀବ ଚନ୍ଦ୍ରଶେଖର ତାଙ୍କ ନାମ ରାଜୀବ ଏମ୍‌ପିରୁ ରାଜୀବ ଗୋଇକୁ ପରିବର୍ତ୍ତନ କରିଛନ୍ତି। କର୍ଣ୍ଣାଟକ ପାଇଁ ତିନିଥର ରାଜ୍ୟସଭା ସାଂସଦ ହୋଇଥିବା ରାଜୀବ ଚନ୍ଦ୍ରଶେଖର ବିଭିନ୍ନ ସଂସଦୀୟ ସ୍ଥାୟୀ କମିଟିରେ କାର୍ଯ୍ୟ କରିଛନ୍ତି।

Comments are closed.