Latest Odisha News

BREAKING NEWS

୨୦୨୩ ମସିହା ସରକାରୀ କ୍ୟାଲେଣ୍ଡର ଉନ୍ମୋଚିତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ୨୦୨୩ ମସିହା ନିମନ୍ତେ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସର ଛବି ପ୍ରତିଫଳିତ ହୋଇଛି ବୋଲି କହିଥିଲେ । କ୍ୟାଲେଣ୍ଡରଟି ୧୨ଟି ଚିତ୍ରର ଏକ ଚିତାକର୍ଷକ ସଂଗ୍ରହ ତଥା ଏଥିରେ ‘ଅଭିବୃଦ୍ଧିମୁଖି ଭାରତ’ ବିଷୟବସ୍ତୁ ଥିବାରୁ ସେ ଏହାର ପ୍ରଶଂସା କରିଥିଲେ । ୧୨ମାସରେ ୧୨ କଥାବସ୍ତୁ ଜନ କଲ୍ୟାଣ ଦିଗରେ ସରକାରଙ୍କ ଅକ୍ଳାନ୍ତ ଉଦ୍ୟମର ପ୍ରତିଫଳନ ବୋଲି ସେ କହିଥିଲେ ।

କ୍ୟାଲେଣ୍ଡରଟି କିପରି ଦୁଇବର୍ଷ ବ୍ୟବଧାନ ପରେ ଛପା ହୋଇଛି, ମନ୍ତ୍ରୀ ତାହାର ସ୍ମୃତିଚାରଣ କରିଥିଲେ । ଏହାକୁ ସରକାରଙ୍କ ସର୍ବୋତ୍ତମ ସୃଜନ ବୋଲି କହି ଶ୍ରୀ ଠାକୁର ଉଭୟ ଡିଜିଟାଲ ଓ ମୁଦ୍ରିତ ଢାଞ୍ଚାରେ ଉପଲବ୍ଧ ଏହି କ୍ୟାଲେଣ୍ଡର ସରକାରଙ୍କ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଓ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରସାରଣର ମାଧ୍ୟମ ହେବ ବୋଲି କହିଥିଲେ । ଦେଶର ସମସ୍ତ ପଞ୍ଚାୟତକୁ ଏହି କ୍ୟାଲେଣ୍ଡର ବଣ୍ଟାଯାଇ ତୃଣମୂଳ ସ୍ତରରେ ଏହା ବାର୍ତ୍ତା ପହଞ୍ଚାଇବାରେ ସହାୟକ ହେବ।

ମନ୍ତ୍ରୀ ଆହୁରି କହିଥିଲେ ଯେ କ୍ୟାଲେଣ୍ଡରର ଏହି ସଂସ୍କରଣ ସରକାରଙ୍କ ସଫଳତା ଓ ଭବିଷ୍ୟତରେ ଅଙ୍ଗୀକାରବଦ୍ଧତା ସୂଚାଉଥିବାରୁ ଏହା ବିଷୟବସ୍ତୁ ନୟେ ବର୍ଷ, ନୟେ ସଂକଳ୍ପ ରଖାଯାଇଛି । ହିନ୍ଦି ଓ ଇଂରାଜୀ ସମେତ ଏହା ୧୩ଟି ଭାଷାରେ ଉପଲବ୍ଧ ଏବଂ ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ, ପଞ୍ଚାଯତରାଜ ଅନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର, ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଜିଲ୍ଲାର ଜିଲ୍ଲାପାଳ ଓ ବିଡିଓଙ୍କଠାରେ ଉପଲବ୍ଧ ହେବା ସହ ସରକାରୀ ଉଦ୍ୟୋଗ ଓ ସ୍ୱୟଂଶାସିତ ଅନୁଷ୍ଠାନଗୁଡିକ ଏହାକୁ କ୍ରୟ କରିପାରିବେ । ମୋଟ ଏଗାର ଲକ୍ଷ କ୍ୟାଲେଣ୍ଡର ଛାପା ହେଉଥିବାବେଳେ ପଂଚାୟତଗୁଡିକ ବାଣ୍ଟିବା ପାଇଁ ୨.୫ଲକ୍ଷ କପି ଉଦ୍ଦିଷ୍ଟ ।

ଶ୍ରୀ ଠାକୁର ମଧ୍ୟ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର ସଫଳତା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । କେବଳ ଅବସ୍ଥିତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୫୦ଟି ଟ୍ରାନ୍ସମିଟରକୁ ଛାଡି ପ୍ରସାର ଭାରତୀ ଏହାର ଆନାଲଗ ଟେରିଷ୍ଟିଆଲ ଟ୍ରାନ୍ସମିଟରଗୁଡିକୁ ବନ୍ଦ କରିଦେଇଛି । ଡିଡି ଫ୍ରି ଡିସ୍ ୨୦୨୨ ପ୍ରାରମ୍ଭରେ ୪୩ ନିୟୁତ ଘରେ ପହଞ୍ଚିଥିବାବେଳେ,ପ୍ରସାର ଭାରତୀ ଅଧୀନରେ ଅନ୍ୟାନ୍ୟ ଚ୍ୟାନେଲଗୁଡିକ ଦୁଇକୋଟିରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିଛି । ଚଳିତବର୍ଷ ଆଉ ୭୫ଟି ଗୋଷ୍ଠୀ ବେତାର କେନ୍ଦ୍ରକୁ ମିଶାଇ ଦେଶରେ ଏହି ସଂଖ୍ୟା ୩୯୭ରେ ପହଞ୍ଚିଛି ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ଯେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର ସ୍ୱୟଂକ୍ରିୟ ପଦ୍ଧତି ସମ୍ପୂର୍ଣ୍ଣ ହେଲେ ଖବରକାଗଜ ରେଜିଷ୍ଟ୍ରାର ପାଇଁ ମଧ୍ୟ ସେ ପ୍ରକ୍ରିୟା ଆରମ୍ଭ ହେବ । ସାମ୍ବାଦିକ କଲ୍ୟାଣ ଯୋଜନା ଅଧୀନରେ ମନ୍ତ୍ରଣାଳୟ ଗତ ପାଂଚବର୍ଷ ମଧ୍ୟରେ ୧୩. ୧୨ କୋଟି ଟଙ୍କା ୨୯୦ ଜଣ ସାମ୍ବାଦିକ ଓ ସାମ୍ବାଦିକ ପରିବାରକୁ ପ୍ରଦାନ କରିଥିବା ସେ ପ୍ରକାଶ କରିଥିଲେ ।

କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର ମହାନିର୍ଦ୍ଦେଶକ ଶ୍ରୀ ମନୀଶ ଦେଶାଇ ସମବେତ ବ୍ୟକ୍ତିମାନଙ୍କୁ ଜଣାଇଥିଲେ ଯେ କ୍ୟାଲେଣ୍ଡର ବିଷୟବସ୍ତୁ “ନୟେ ବର୍ଷ ନୟେ ସଂକଳ୍ପ” ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ନୀତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ ନେତୃତ୍ୱକୁ ଭିତ୍ତିକରି ହୋଇଛି । କ୍ୟାଲେଣ୍ଡର ଦେଶସାରା ଅବସ୍ଥିତ କେନ୍ଦ୍ର୍ରୀୟ ସରକାରୀ କାର୍ଯ୍ୟାଳୟରେ ବଣ୍ଟା ହେବ । ଏଥିସହ ସିବିସିର ସମୂହ ମେଲିଂ ୟୁନିଟ୍ ମଧ୍ୟ ଭାରତୀୟ ଡାକ ସେବା ଭାଷାରେ କ୍ୟାଲେଣ୍ଡର ବାଣ୍ଟିବ ବୋଲି ଶ୍ରୀ ଦେଶାଇ କହିଥିଲେ ।

କ୍ୟାଲେଣ୍ଡର ସମ୍ପର୍କରେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ଚିନ୍ତାଧାରାକୁ ଭିତ୍ତିକରି କ୍ୟାଲେଣ୍ଡର-୨୦୨୩ ପ୍ରସ୍ତୁତ ହୋଇଛି । ପ୍ରତ୍ୟେକ ମାସ ଏକ ସଶକ୍ତ ଭାରତକୁ ପରିପୃଷ୍ଟ କରିବା ପାଇଁ ପ୍ରଶାସନିକ ନୀତି ଉପରେ ଆଲୋକପାତ କରିଛି ।

ଜାନୁୟାରୀ-ଭାରତ ଅମୃତକାଳରେ ପ୍ରବେଶ କରୁଥିବାବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜପଥକୁ କର୍ତ୍ତବ୍ୟପଥ ଭାବେ ସେପ୍ଟେମ୍ବର ୨୦୨୨ରେ ପୁର୍ନନାମିତ କରିଛନ୍ତି । ଏହା ଆମର ଉପନିବେଶ ମନୋବୃତ୍ତି ଉପରେ କୁଠାରଘାତ କରି ଆମ ନିଜ ଦେଶର ରାସ୍ତାରେ ଅଗ୍ରସର ହେବାର ପ୍ରତୀକ ଭାବେ ଦର୍ଶାଯାଇଛି ।

 ଫେବୃୟାରୀ-ଫେବୃୟାରୀ କିଷାନ କଲ୍ୟାଣ ବା ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ ପ୍ରତି ଉତ୍ସର୍ଗୀକୃତ । ଚାଷୀମାନେ ଆମ ଦେଶର ଗର୍ବ ଓ ସରକାର ଏକମ ସମୃଦ୍ଧ ଭାରତ ଗଠନ ତଥା ସେମାନଙ୍କୁ ସଶକ୍ତ କରିବା ପାଇଁ ଅନେକ ନୀତି କାର୍ଯ୍ୟକାରୀ କରାଯାଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯଥାର୍ଥରେ କହିଛନ୍ତି ।

ମାର୍ଚ୍ଚ- ମାର୍ଚ୍ଚ ମାସ ହେଉଛି ଭାରତୀୟ ମହିଳା ବା ନାରୀଶକ୍ତି ଜାଗରଣ ପ୍ରତି ସମ୍ମାନ । ପ୍ରତ୍ୟେକ ଘରର ମହିଳାଙ୍କୁ ଧନ୍ୟବାଦ ଜଣାଇ ଏଇ ମାସରେ ଆମେ ମାର୍ଚ୍ଚ ୮ତାରିଖଦିନ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛୁ । ମହିଳାମାନେ କୌଣସି ବାଧାବିଘ୍ନ ଭ୍ରୂକ୍ଷେପ ନ କରି ନିଜ ପାଇଁ ଓ ଅନ୍ୟମାନଙ୍କ ନିମନ୍ତେ ଦୃଷ୍ଟାନ୍ତ ସାଜିଥାନ୍ତି । ଭାରତ ସରକାର ମହିଳାଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ଦକ୍ଷତା ଭିତ୍ତିରେ ନାରୀଶକ୍ତି ପୁରସ୍କାର ଦେଇଥାଏ ।

ଏପ୍ରିଲ-ଶିକ୍ଷାଗତ ସଂସ୍କାର ସରକାରଙ୍କ କାର୍ଯ୍ୟକ୍ରମର ଏକ ବିଶେଷ ଅଙ୍ଗଜପାଲଟିଛି । ଏହି ଲକ୍ଷ୍ୟ ସାରାଂଶ ହେଉଛି ପ୍ରଧାନମନ୍ତ୍ରୀଙ୍କ ସ୍ଲୋଗାନ “ପଢେ ଭାରତ,ବଢେ ଭାରତ “ ଓ ଏପ୍ରିଲ କଥାବସ୍ତୁ ହେଉଛି ଶିକ୍ଷିତ ଭାରତ । ତୃଣମୂଳ ସ୍ତରୀୟ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା କ୍ଷେଦ୍ରରେ ନୂତନ ଶିକ୍ଷା ନୀତିରେ ପରିବର୍ତ୍ତନ ଭାରତୀୟ ଶିକ୍ଷା ପଦ୍ଧତିରେ ବହୁଦିନରୁ ଆବଶ୍ୟକ ଥିଲା ।

ମଇ- ମଇ ହେଉଛି କୌଶଳ ଭାରତ କାର୍ଯ୍ୟକ୍ରମ ନିମନ୍ତେ ଉତ୍ସର୍ଗୀକୃତ ମାସ । ଆନୁଷ୍ଠାନିକ ପଦ୍ଧତିରେ ଦେଶର ୩୦କୋଟି ଜନସାଧାରଣଙ୍କୁ ତାଲିମ ଦେବା ହେଉଛି ଜାତୀୟ କୌଶଳ ବିକାଶ ଅଭିଯାନର ଲକ୍ଷ୍ୟ । କୌଣସି ଯୁବକ ଯୁବତୀଙ୍କଠାରେ ଯେପରି ସେମାନଙ୍କ ସାମର୍ଥ୍ୟର ଅଭାବ ପରିଲକ୍ଷିତ ନ ହୁଏ , ତାହା କୌଶଳ ବିକାଶ ସୁନିଶ୍ଚିତ କରିବ ।

ଜୁନ-ଜୁନ ୨୧ ତାରିଖ ଦିନ ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ପାଳିତ ହୁଏ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରେ ସବିୁ ବୟସର ଜନସାଧାରଣଙ୍କୁ ଶାରୀରିକ ଦୃଷ୍ଟିରୁ ଦକ୍ଷ ରଖିବାକୁ ଫିଟ ଇଣ୍ଡିଆ ଅଭିଯାନ ଆରମ୍ଭ କରିଥିଲେ । ମାସର କଥା ବସ୍ତୁ ହେଉଛି, ‘ଫିଟ୍ ଇଣ୍ଡିଆ, ହିଟ୍ ଇଣ୍ଡିଆ’ ଫିଟନେସ ମନ୍ତ୍ର ଦେଶର ଘରେ ଘରେ ପହଂଚାଇବାକୁ ଉଦ୍ଦିଷ୍ଟ ।

ଜୁଲାଇ- ପରିବେଶ ସ୍ୱାସ୍ଥ୍ୟ ବିନା ସ୍ୱାସ୍ଥ୍ୟ ଉପରେ ଆଲୋଚନା ଅସମ୍ପୂର୍ଣ୍ଣ । ପରିବେଶ ବନ୍ଧୁ ଭାବାପନ୍ନ ହେବାକୁ ଭାରତ ଏକ ସ୍ୱାସ୍ଥ୍ୟ ବିକଳ୍ପର ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ମିଶନ ଲାଇଫ ଜନସାଧାରଣଙ୍କୁ ହ୍ରାସ, ପୁନଃ ବ୍ୟବହାର ଓ ପୁନଃ ପ୍ରକ୍ରିୟାକରଣ ବ୍ୟବସ୍ଥା ଗ୍ରହଣ ପାଇଁ ଶିକ୍ଷା ଦିଏ ।

ଅଗଷ୍ଟ-କେବଳ ଅଲିମ୍ପିକ୍ସ ବା ରାଜ୍ୟଗୋଷ୍ଠୀ କ୍ରୀଡା ନୁହଁ ବରଂ ଅନ୍ୟାନ୍ୟ ଆନ୍ତର୍ଜାତିକ ଦିବ୍ୟାଙ୍ଗ କ୍ରୀଡା କ୍ଷେତ୍ରରେ ମଧ୍ୟ ଭାରତୀୟମାନେ ସେମାନଙ୍କ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି । ଅଗଷ୍ଟ- ମାସରେ ବିଷୟବସ୍ତୁ ହେଉଛି ଖେଲୋ ଇଣ୍ଡିଆ “ଭାରତୀୟ କ୍ରୀଡାବିତ୍‌ଙ୍କୁ ତୃଣମୂଳ ସ୍ତରକରୁ ସମର୍ଥନ ଯୋଗାଇବା ତଥା ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ଭାରତକୁ ପୋଡିୟମ ଶୀର୍ଷକୁ ଦେବା ପାଇଁ ଉଦ୍ଦିଷ୍ଟ ।

ସେପ୍ଟେମ୍ବର- “ବସୁଧୈବ କୁଟୁମ୍ବକମ୍‌” ବା ବିଶ୍ୱ ହେଉଛି ଗୋଟିଏ ପରିବାର ହେଉଛି ସେପ୍ଟେମ୍ବର ମାସର କଥାବସ୍ତୁ । ଭାରତରେ ଜି-୨୦ରେ ଅଧ୍ୟକ୍ଷତା ଯାହା “ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ଉପରେ ପର୍ଯ୍ୟବସିତ ତାହା ପ୍ରାଚୀନ ଭାରତୀୟ ପରମ୍ପରାର ସ୍ୱାକ୍ଷର ବହନ କରିଥାଏ । ସ୍ୱାର୍ଥ ଓ ସମ୍ବେଦନା ସମସ୍ତଙ୍କୁ ଏକ ପ୍ରକାର ପ୍ରଭାବିତ କରିଥାଏ ଓ ଆମେ ସମସ୍ତେ ଜୀବନର ଗୁଣାତ୍ମକ ମାନ ଉନ୍ନତି କରିବା ଆବଶ୍ୟକ ।

ଅକ୍ଟୋବର- ତାରା ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବାବେଳେ ଆମେ ଦେଶର ଦୈନିକ ଆବଶ୍ୟକତାଗୁଡିକୁ ଅଣଦେଖା କରିବା ମଧ୍ୟ ଅନୁଚିତ । ସରକାର ଖାଦ୍ୟ ସୁରକ୍ଷା ଆଇନ ସୁନିଶ୍ଚିତ କରିଛନ୍ତି । ଅକ୍ଟୋବର ମାସରେ ବିଷୟବସ୍ତୁ ସେଥିପାଇଁ ହେଉଛି ଖାଦ୍ୟ ସୁରକ୍ଷା ।

ନଭେମ୍ବର- ପ୍ରଧାନମନ୍ତ୍ରୀ ଦେଶକୁ ଆତ୍ମନିର୍ଭର କରିବା ଉତ୍ସାହକୁ ପ୍ରାଧାନ୍ୟ ଦେଇ ନଭେମ୍ବର ମାସର କଥାବସ୍ତୁ ହେଉଛି ଆତ୍ମ ନିର୍ଭର ଭାରତ । ସେପ୍ଟେମ୍ବର ୨, ୨୦୨୨ରେ ଆଇଏନଏସ୍ ବିକ୍ରାନ୍ତର ନୌସେନାରେ ସାମିଲ ଏହା ଦୃଷ୍ଟାନ୍ତ । କୋଚିନ ସିପାୟାର୍ଡରେ ଭାରତରେ ନିର୍ମିତ ହୋଇଥିବା ଏହା ପ୍ରଥମ ଏୟାର କ୍ରାଫ୍ଟ କ୍ୟାରିୟର । ଡିସେମ୍ବର-ଉତ୍ତର ପୂର୍ବାଞ୍ଚଳରେ ଲୁକ୍କାୟିତ ପ୍ରତିଭା ଓ ଜୀବନମାନ ‌ସମୃଦ୍ଧ ପାଇଁ ପ୍ରଧାନମନ୍ତ୍ରୀ ଏହି ଉତ୍ତରପୂର୍ବାଞ୍ଚଳରେ ଆଠଟି ରାଜ୍ୟକୁ ଅଷ୍ଟଲକ୍ଷ୍ମୀଭାବେ ନାମିତ କରିଛନ୍ତି । ଏହା ଆଠଟି ରାଜ୍ୟରର ପ୍ରାକୃତିକ ବିଭବ, ବାଣିଜ୍ୟ ଓ ଭାରତୀୟ ସମୃଦ୍ଧିର ବିବିଧ ସଂସ୍କୃତିକୁ ଦର୍ଶାଉଛି ।

 

Leave A Reply

Your email address will not be published.